ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଘୁଙ୍ଗୁପାହାଡି ଗ୍ରାମର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଶନିବାର ସକାଳୁ ଗ୍ରାମର କିଛି ଲୋକ ଦେଖିବାକୁ ପାଇଲେ ଯେ ଗ୍ରାମର ଏକ ଗଛରେ ଜଣେ ଯୁବକଙ୍କ ଶବ ଝୁଲନ୍ତା ଅବସ୍ଥାରେ ଅଛି। ସ୍ଥାନୀୟ ଲୋକେ ଗ୍ରାମାଞ୍ଚଳ ଥାନାରେ ଖବର ଦେବା ପରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା। ଯୁବକ ହେଉଛନ୍ତି ଘୁଙ୍ଗୁପାହାଡି ଗ୍ରାମର ସୁମା ଗୋଡସରା(୩୮)।

ସୁମାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି। ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ସୁମା ଓ ତାଙ୍କ ସ୍ତ୍ରୀ ସୋମବାରୀ ଗୋଡସରାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ତେବେ ସକାଳୁ ତାଙ୍କୁ ଝୁଲନ୍ତା ମୃତଦେହ ଏକ ଗଛରୁ ମିଳିଥିଲା। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେସ ନଂ ୧୨/୨୩ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର