ଲକ୍ଷ୍ନୌରେ ଦାଦନ ଶ୍ରମିକଙ୍କ ଅତ୍ମହତ୍ୟା ଘଟଣା: ୫ ଦିନ ପରେ ଘରକୁ ଫେରିଲା ମୃତଦେହ

ନୂଆପଡ଼ା: କୋମନା ଥାନା ଅନ୍ତର୍ଗତ ସମରସିଂ ଗ୍ରାମର ପାଣ୍ଡବ ବିଭାର (୪୨) ଲକ୍ଷ୍ନୌର ନିଗାଓ ଥାନା ବରବଙ୍ଗ ଠାରେ ଇଟାଭାଟିରେ କାମକରିବାକୁ ଯାଇଥିବା ବେଳେ ସେଠାରେ ଏକ ଗଛରେ ୧୭ ତାରିଖ ଦିନ ଆତ୍ମହତ୍ୟା। କରିଥିଲେ। ହେଲେ ଦାଦନ ଶ୍ରମିକଙ୍କ ୫ ଦିନ ପରେ ଶୁକ୍ରବାର ସଦ୍ଧ୍ୟାରେ ନିଜ ଗାଁକୁ ପହଞ୍ଚିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଇଟାଭାଟି ମାଲିକ ଆତ୍ମହତ୍ୟା ପରେ ଆସି ନ ଥିବାରୁ ସ୍ତ୍ରୀ ସହ ୨ ପିଲା ୫ ଦିନ ମୃତଦେହ ପାଖରେ ରହି ନିଜ ଟଙ୍କାରେ ଏକ ଆମ୍ବୁଲାନ୍‌ସରେ ଘରକୁ ଆଣିଛନ୍ତି।

ସମରସିଂ ଗ୍ରାମର ପାଣ୍ଡବ ବିଭାର (୪୨) ତାଙ୍କ ସ୍ତ୍ରୀ ରୁକ୍ମିଣୀ, ପୁଅ ଗଜେନ୍ଦ୍ର (୬), ଝିଅ (୪) ଗତ ୧୪ ତାରିଖ ଦିନ ସ୍ଥାନୀୟ ୨ ଜଣ ଦଲାଲାଙ୍କ ସହ ଉତ୍ତରପ୍ରଦେଶର ଲକ୍ଷ୍ନୌ ନିଗାଓ ଥାନା ବରବଙ୍ଗ ଠାରେ ଇଟାଭାଟିରେ କାମକରିବାକୁ ଯାଇଥିଲେ। ସେଠାରେ ୧୬ ତାରିଖ ଦିନ ପହଞ୍ଚିଥିଲେ। ପରେ ବରବଙ୍ଗ ଠାରୁ ପରିବାରଙ୍କୁ ଛାଡି ୧୭ ତାରିଖ ଦିନ ପାଖରେ ଥିବା ବଜାରକୁ ଯାଇ ଆଉ ଫେରି ନ ଥିଲେ। ୧୮ ତାରିଖ ସକାଳେ ନିଗାଓ ପୁଲିସ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ପରେ ସେଠାକାର ପୁଲିସ ଏକ ଅପମୃତ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ କରିଥିଲ। ସ୍ତ୍ରୀ ପାଖରେ ଟଙ୍କା ନଥିବାରୁ ମୃତଦେହ ସେଠାରେ ପଡି ରହିଥିବା ବେଲେ ଆଜି ସନ୍ଧ୍ୟାରେ ଗାଁକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର