ସେଲଫି ନେବା କାଳ ହେଲା: ନଦୀକୁ ଡେଇଁ ଇଂଞ୍ଜିନିୟରଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ଜଣେ ଯୁବକଙ୍କ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଖସି ପଡ଼ିଥିବା ଫୋନକୁ ପାଣି ଭିତରୁ ଆଣିବା ପାଇଁ ସାଲୁଙ୍କୀ ନଦୀକୁ ଯୁବକ ଜଣକ ଡେଇଁ ପଡିଥିଲେ। ଫଳରେ ନଦୀରେ ବୁଡି ଯୁବ ଇଂଜିନିୟର ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରିଛନ୍ତି। ମୃତ ଇଂଞ୍ଜିନିୟରଙ୍କ ନାମ ମୁକୁନ୍ଦ ଆର(୨୨) ତାଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ସାଲୁଙ୍କି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ନିର୍ମାଣ କାମରେ ନିୟୋଜିତ ତିନି ଜଣ ଗାଧୋଇବାକୁ ଯାଇଥିଲେ। ଜଣଙ୍କୁ ସ୍ଥାନୀୟ ମାଛ ଧରାଳି ଭାସି ଯାଉଥିବା ବେଳେ ଟାଣି ନେବାରୁ ଜଣକ ଜୀବନ ବଂଚି ଯାଇଥିଲା। ଅନ୍ୟ ଜଣେ ଭାସି ନିଖୋଜ ହୋଇଯାଇଥିଲେ। ଆଜି ଓଡ୍ରାଫ୍ଟ ଅଗ୍ନିଶମ କର୍ମଚାରୀ ପହଂଚି ଶବ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.