ବିବାହିତ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ବୋରିଗୁମ୍ମା: ବିସିଂହପୁର ଥାନା ଅନ୍ତର୍ଗତ ରଣସପୁର ଗ୍ରାମର ଚଣ୍ଡାଳ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ଶବ କୁ ଉଦ୍ଧାର କରିଛି ବିସିଂହପୁର ପୁଲିସ । ମୃତ ମହିଳାଙ୍କ ବାପା ଚନ୍ଦ୍ର ହନ୍ତାଳ ଝିଅକୁ ତାଙ୍କର ସ୍ୱାମୀ ହତ୍ୟା କରିଥିବା ନେଇ ବିସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଚନ୍ଦ୍ର ହନ୍ତାଳଙ୍କ ଝିଅ ଉଷାବତୀ ତନ୍ତି ରଣସପୁର ଗ୍ରାମର ନିରନ ତନ୍ତିଙ୍କୁ ବିବାହ କରିଥିଲେ। ବାହାଘରର ୯ବର୍ଷ ବିତିଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା। ଫଳରେ ଅଧିକାଂଶ ସମୟ ସ୍ୱାମୀ ନିରନ ତନ୍ତୀ ତାଙ୍କ ପତ୍ନୀ ଉଷାବତୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ।

ହେଲେ ବି ଏସବୁକୁ ସହି ଝିଅ ଉଷାବତୀ ନିଜ ସ୍ୱାମୀଙ୍କ ପାଖରେ ରହୁଥିଲେ। ଗତ ୨୩ ତାରିଖ ଦିନ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ କଳହ ହୋଇଥିବା ନେଇ ଝିଅ ଉଷା ଫୋନ ଯୋଗେ ବାପା ଚନ୍ଦ୍ର ହନ୍ତାଳକୁ ସୂଚନା ଦେଇଥିଲେ। ଆଉ ୨୪ ତାରିଖ ଦିନ ଝିଅ ଉଷାବତୀଙ୍କର ଝୁଲନ୍ତା ଶବ ମିଳିଥିଲା | ଏହି ଖବରକୁ ସହଜ ରେ ଚନ୍ଦ୍ର ହନ୍ତାଳ ଗ୍ରହଣ କରିନପାରି ତାଙ୍କ ଝିଅ ଉଷାବତୀକୁ ତାର ସ୍ୱାମୀ ନିରନ ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି |

ସେପଟେ ଅଭିଯୋଗ କୁ ଆଧାର କରି ପୁଲିସ ପକ୍ଷରୁ ୯୦/୨୧ ରେ ଏକ ମାମଲା ରୁଜୁ କରି ଦଫା ୪୯୮ଏ/୩୦୬ଆଇପିସି ରେ ଅଭିଯୁକ୍ତ ସ୍ୱାମୀ ନିରନ ତନ୍ତୀ କୁ ଗିରଫ କରିଛି। ମୃତ ମହିଳା ଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ।

ସମ୍ବନ୍ଧିତ ଖବର