ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ମହକୁମାର ସରପଞ୍ଚ ଙ୍କ ଭାଇ ଙ୍କୁ ହତ୍ୟା କରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ପୋତି ଦିଆଯାଇଥିବା ବେଳେ ଆଜି ଦୁର୍ଗନ୍ଧ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ନନ୍ଦପୁର ପୋଲିସ କୁ ଖବର ଦେବା ପରେ ସାଇଣ୍ଟିଫିକ ଟିମ,ଡଗ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜୋରଦାର କରିଥିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଙ୍କ ଘର ସମ୍ପୂର୍ଣ ଭାଙ୍ଗି ଦେବା ସହ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ସତର୍କ ଓ ତୀକ୍ଷଣ ଦୃଷ୍ଟି ରଖିଥିବା ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଲମତାପୁଟ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ମହକୁମାର ସରପଞ୍ଚ ଧନୁର୍ଜୟ ବଡ଼ନାୟକ ଙ୍କ ଭାଇ ସୁବାଷ ବଡ଼ନାୟକ (୨୭) ବର୍ଷ ଗତ ୧୬ ତାରିଖରୁ ନିଖୋଜ ହୋଇ ଯାଇଥିବା ନେଇ  ଅଭିଯୋଗ ହୋଇଥିଲା।ସୁବାଷ ବଡ଼ନାୟକ ଗତ ୧୬ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ବିଭିନ୍ନ ଆଡେ ଖୋଜା ଖୋଜି ଜାରି ରହିଥିଲା।ଆଜି ସକାଳେ ଗ୍ରାମର ଚନ୍ଦ୍ର ଖେମୁଣ୍ଡୁ ଙ୍କ ଘର ପଛ ପଟେ ଜୋରରେ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ,ସରପଞ୍ଚ ଧନୁର୍ଜୟ ବଡ଼ନାୟକ,ଜିଲ୍ଲା ପରିଷଦ ସଭାପତି ତୁଳସା କିର୍ଷାନି ପ୍ରମୁଖ ନନ୍ଦପୁର ପୋଲିସ ଥାନାକୁ ଅବଗତ କରିଥିଲେ।ପୋଲିସ ଅବଗତ ହେବା ପରେ ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର,ଆଇ ଆଇ ସି କପିଳେଶ୍ୱର ବେହେରା ପ୍ରମୁଖ ଘଟଣା ସ୍ଥଳକୁ ଯାଇ  ସାଇଣ୍ଟିଫିକ ଟିମ,ଡଗ ସ୍କ୍ୱାର୍ଡ ସହାୟତାରେ ଚନ୍ଦ୍ର ଖେମୁଣ୍ଡୁ ଙ୍କ ଘର ନିକଟରୁ ସୁବାଷ ଙ୍କ ଗଳିତ ଶବ ଉଦ୍ଧାର କରିଥିଲେ।ସୁବାଷ ଙ୍କ ଗଳିତ ଶବ ଉଦ୍ଧାର ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଉତ୍ୟକ୍ତ ଲୋକେ ଚନ୍ଦ୍ର ଖେମୁଣ୍ଡୁ ଙ୍କ ଚାରି ବଖରା ଘର ଭାଙ୍ଗି ଦେବା ସହ  ନିଆଁ ଲଗାଇ ଦେଇଥିବା  ଜଣାଯାଇଛି।ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ କେଉଁ ପରିସ୍ଥିତିରେ ସୁବାଷ ବଡ଼ନାୟକ ଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିଲା ସେ ସମ୍ପର୍କରେ ତଦନ୍ତ ଜୋରଦାର କରିଥିବା ଏସ ଡ଼ି ପି ଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ସରପଞ୍ଚ ଧନୁର୍ଜୟ ବଡ଼ନାୟକ ଙ୍କ ଭାଇ ଙ୍କ ହତ୍ୟା ଘଟଣା ଏବଂ ଶବ ଉଦ୍ଧାର ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ବିଧାୟକ ତଥା  ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ,ଜିଲ୍ଲାପରିଷଦ ସଭାପତି ତୁଳସା କିର୍ଷାନି,ବିଜେଡି ଯୁବ ନେତା ମୁନା ଦଳପତି,ନନ୍ଦପୁର ସରପଞ୍ଚ ବାସୁଦେବ ଖରା ପ୍ରମୁଖ ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ହତ୍ୟା ଘଟଣାର ପର୍ଦା ଫାସ କରିବା ପାଇଁ ଦାବି କରିଛନ୍ତି।ସୂଚନାଯୋଗ୍ୟ ଯେ ମୃତକ ସୁବାଷ ବଡ଼ନାୟକ ଙ୍କ ସ୍ତ୍ରୀ  ଭାରତୀ ବଡ଼ନାୟକ(୨୫) ବର୍ଷ ଓ ଗୋଟିଏ ଝିଅ ଥିବା ଜଣାପଡିଛି।
ନିଖୋଜ ସରପଞ୍ଚଙ୍କ ଭାଇଙ୍କ ମୃତଦେହ ଉଦ୍ଧାର
ଉତ୍ୟକ୍ତ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମ୍ପୂର୍ଣ ଭାଙ୍ଗି ଦେବା ସହ ନିଆଁ ଲଗାଇ ଦେଲେ
/sambad/media/post_attachments/wp-content/uploads/2021/09/IMG-20210927-WA0163.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)