ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ବରିଷ୍ଠ ଦେୱାନୀ ବିଚାରପତି ଓ ସହକାରୀ ଦୌରାଜଜ କୋର୍ଟରେ କାର୍ଯ୍ୟରତ ପିଅନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସଞ୍ଜୟ ଗତ ୩ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲାବେଳେ କୋର୍ଟ ନିକଟରେ ଏକ ଭଡ଼ାଘରେ ରହୁଥିଲେ। ଗତକାଲି(ଗୁରୁବାର) ସେ ଛୁଟିରେ ଥିଲେ। ଶୁକ୍ରବାର ସକାଳୁ ଦେଖିଲା ବେଳକୁ ଘର ଖୋଲା ଅଛି ଓ ସେ ମୃତ ଅବସ୍ଥାରେ ମୁହଁମାଡ଼ି ପଡ଼ିଛନ୍ତି।
ଘଟଣା ସଂପର୍କରେ କୋର୍ଟ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କେସ୍ ନମ୍ବର ୧ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ପରିବାର ଲୋକେ କୋଦଳାରେ ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ସୁବାସ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/e85e2fe6-9026-4967-a6d6-f65e01f995c2.jpeg)