ସିଲେରୁ ନଦୀରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା : ଚଳିତ ମାସ ୧୯ ତାରିଖ ସନ୍ଧ୍ୟା ୫ ରୁ ନିଖୋଜ ଥିବା ଦିଲୀପ କୁମାର ମିଶ୍ରଙ୍କ ପୁଅ କାହ୍ନାର ମୃତ ଦେହକୁ ଚିତ୍ରକୋଣ୍ଡା ସିଲେରୁ ନଦୀର ଦୁର୍ଗା ମନ୍ଦିର ଘାଟରୁ କୋରକୁଣ୍ଡା ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ଗତ ୧୯ ତାରିଖ ସନ୍ଧ୍ୟା ୫ ଟା ସମୟରୁ ଦିଲୀପ କୁମାର ମିଶ୍ରଙ୍କ ପୁଅ ଦୀପ୍ତି ଦେବାଶିଷ ମିଶ୍ର ( କାହ୍ନା) ନିଖୋଜ ଥିବା  କଥା ଜଣା ପଡିଥିଲା ।  ପରିବାର ତରଫରୁ ବହୁ ଖୋଜା ଖୋଜି ପରେ ନିକଟରେ ଥିବା ସିଲେରୁ ନଦୀର ଦୁର୍ଗା ଘାଟଠାରେ ଏକ ଡଙ୍ଗା ବୁଡି ଥିବା ନେଇ ଖବର ଜଣାପଡିଥିଲା । ଏ ସଂକ୍ରାନ୍ତରେ ଚିତ୍ରକୋଣ୍ଡା ପୋଲିସ ଓ ତହସିଲଦାରଙ୍କୁ ଜଣାଯାଇଥିଲା। ଚିତ୍ରକୋଣ୍ଡା ତହସିଲଦାରଙ୍କ ନିର୍ଦେଶ କ୍ରମେ କୋରକୁଣ୍ଡା ଅଗ୍ନିଶମ ବାହୀନି ପକ୍ଷରୁ ୨୦ ତାରିଖ ସକାଳୁ ଡଙ୍ଗା ବୁଡି ଥିବା ଜାଗା ଓ ତାର ଆଖ ପାଖ ରେ ଖୋଜା ଖୋଜି କରା ଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇ ପାରି ନଥିଲା । ଆଜି ସକାଳୁ ପୁଣି ଥରେ ଖୋଜା ଖୋଜି କରିବା ପରେ ଦିନ ୧୦ ଟା ସମୟରେ ଡଙ୍ଗା ବୁଡିଥବା ସ୍ଥାନରୁ ମୃତ ଦେହ ଉଦ୍ଧାର କରାଯାଇଥିଲା ।  ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯାଇଥିଛି ।

ସମ୍ବନ୍ଧିତ ଖବର