ଜୟପୁର: ସୋମବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଜୟପୁର ରେଳଷ୍ଟେସନ ନିକଟରେ ଜଣେ ୨୦ବର୍ଷିୟ ଅଜଣା ଯୁବକ ଜଣକ ରେଳଧାରଣାରେ ‌ବେକ ଦେଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ଏହି ରାସ୍ତା ଦେଇ ଯାଆସ କରୁଥିବା କୌଣସି ଗୁଡସ୍ ଟ୍ରେନ କିମ୍ବା ଏକ୍ସପ୍ରେସ ଟ୍ରେନ ତଳେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଛନ୍ତି। ଆଜି ମଙ୍ଗଳବାର ସକାଳୁ ଏହି ଖବର ପ୍ରଚାର ହେବା ପରେ ଆତ୍ମହତ୍ୟା କରିଥିବା ରେଳଟ୍ରାକ୍ ନିକଟରେ ଲୋକେ ଜମା ହୋଇ ରହିଥିଲେ। ଜିଆରପି ପୁଲିସ ଆସି ଶବର ପଞ୍ଚନାମା କରିବା ସହ ବ୍ୟାବଛେଦ ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଶବାଗାରକୁ ନେଇକି ଯାଇଥିଲେ।

Advertisment

ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଯୁବକ ଜଣକ ପେପରମିଲରେ ଶ୍ରମିକ ଭାବେ କାମ କରୁଥିବା ଏବଂ ତା’ ନିଜ ଘର ସେମିଳିଗୁଡା ବୋଲି ସାଧାରଣରେ ଆଲୋଚନା ଚାଳିଛି। ପରିବାରବର୍ଗ ପରିଚୟପତ୍ର ଧରି ଆସିବା ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲି ଜିଆରପି ପକ୍ଷରୁ କୁହାଯାଇଛି।