ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ସମ୍ବଲପୁର ରେଳଲାଇନର କତଡା ଓ ଲକ୍ଷ୍ମୀଧରପୁର ମଝିରେ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ ପୁଲିସ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ଖବର ପାଇ ରେଳବାଇ ପୁଲିସ ମୃତଦେହ ଜବତ କରିବା ପରେ ଜରପଡା ପୁଲିସକୁ ହସ୍ତାନ୍ତର କରିଥିଲେ। ଜିନ ପ୍ୟାଣ୍ଟ ଓ ଗଂଜି ସାର୍ଟ ପରିଧାନ କରିଥିବା ଯୁବକ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପାଖରେ ପାଣି ବୋତଲ, ମଦ ବୋତଲ ପଡିଥିବା ବେଳେ ପକେଟରୁ ପର୍ସ, ମୋବାଇଲ ଜବତ କରାଯାଇଛି। ପରିପାର୍ଶ୍ଵିକ ଅବସ୍ଥିତିରୁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ସମ୍ପୃକ୍ତ ଯୁବକଙ୍କ ଘର ହଣ୍ଡପା ଥାନା କରଡାବାହାଳି ଗ୍ରାମରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Deadbody-Pieces-Found-of-a-Youth_Thumbnail.jpg)