ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ପଞ୍ଚାୟତ ଅନ୍ତର୍ଗତ ଟିଙ୍କବୀର- ଅର୍ଜୁନଝରୀ ରାସ୍ତା ପୋଲ କଲଭର୍ଟର ୫ ଫୁଟ୍ ତଳେ ବୁଧବାର ସକାଳେ ଜଣେ ପାଣିଟାଙ୍କି ତିଆରି ମିସ୍ତ୍ରୀର ମୃତଦେହ ଉଦ୍ଧାର କରାଯାଇଛି ।ଖବର ପାଇ ରିଆମାଳ ପୁଲିସ ଥାନା ଅଧିକାରୀ ଲଳିତା ପ୍ରଧାନ ଓ ସଦଳବଳେ ପହଞ୍ଚି ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।ମୃତ ମିସ୍ତ୍ରୀ ଜଣଙ୍କ ବିହାର ରାଜ୍ୟ ନବାଦା ଜିଲ୍ଲା ଅନ୍ତର୍ଗତ କୌଆଖୋଳ ଗ୍ରାମର ସଞ୍ଜୟ ମିସ୍ତ୍ରୀ (୪୧)। ଟିଙ୍କବୀର ଗ୍ରାମରେ ନିର୍ମାଣ ହେଉଥିବା ପାଣିଟାଙ୍କିର ସେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା।
ତାର ସହଯୋଗୀମାନଙ୍କ ସହ ସେ ନିର୍ମାଣଧୀନ ପାଣିଟାଙ୍କି ନିକଟରେ ଏକ ତମ୍ବୁରେ ରହୁଥିଲେ। ମଙ୍ଗଳବାର ରାତିରେ ସେ ନିଶାସକ୍ତ ଅବସ୍ଥାରେ ଟିଙ୍କବୀର ଲକ୍ଷ୍ମୀପୂଜା ଦେଖି ଯାଉଛି ବୋଲି ତାର ସହଯୋଗୀମାନଙ୍କୁ କହିଆସିଥିଲା। ମାତ୍ର ବୁଧବାର ସକାଳ ପର୍ଯ୍ୟନ୍ତ ନ ଫେରିବାରୁ ସହଯୋଗୀମାନେ ଖୋଜିଥିଲେ। ରାସ୍ତାରେ ଥିବା ପୋଲ କଲଭର୍ଟରୁ ଖସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ରିଆମାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)