ଅଜଣା ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର

ରାଇରଙ୍ଗପୁର/ଝରାଡହି: ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ଝରାଡିହି ଫାଣ୍ଡି ଅର୍ନ୍ତଗତ ତାରଣା ଗ୍ରାମର ବାଲକାବେଡା ବିଲବାଦିର ଏକ କରଞ୍ଜ ଗଛ ମୂଳରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୁଲିସ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ ଆଜି ସକାଳୁ ଗ୍ରାମବାସୀମାନେ ଜଣେ ଅଚିହ୍ନା ଯୁବକଙ୍କ ଶବ ଦେଖି ଝରାଡିହି ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ବିଜୟ ନାୟକ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ତେବେ ଉକ୍ତ ଶବଟି କାହାର ପରିଚୟ ମିଳିପାରି ନାହିଁ । ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର