କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତର ତେଲିସରାବାହିଲି ଗ୍ରାମରେ ଆଜି ଜଣେ ବିବାହିତା ଯୁବତୀ ଆତ୍ମହତ୍ୟା କରିଥିବା ଜଣାଯାଇଛି | ତେବେ ମୃତକଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି | ସୂଚନା ମତେ ଭଟାପଲା ଲକ୍ଷ୍ମୀପଡ଼ାର ସ୍ବର୍ଗତ ଯୁଧିଷ୍ଠିର ସାହୁଙ୍କ ଝିଅ କେତକୀ ସାହୁ ଗତ ଜାନୁଆରୀ ୧୫ ତାରିଖରେ ତେଲିସରାବାହିଲିର ରାଧେ ସାହୁଙ୍କ ପୁଅ ଆନନ୍ଦ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ |
ବିବାହର ମାସକ ପରେ ସ୍ୱାମୀଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା କେତକୀର କାକା ଅପେଶ୍ୱର ସାହୁ ଅଭିଯୋଗ କରିଛନ୍ତି l ତେଣୁ ତାକୁ ମାରିଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି l ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି | ମୃତକ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି | ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Newly-Married-Women-Died_Thumbnail.jpg)