ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ସହର ଡେଙ୍ଗିଭାଡିସ୍ଥିତ ଏକ ଭଡାଘରୁ ଜଣେ ରାଜସ୍ଥାନୀ ଜଳଖିଆ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ଲକ୍ଷ୍ମୀନାରାୟଣ ପୁଲୱାଲ। ସେ ୬ ବର୍ଷ ତଳେ ରାଜସ୍ଥାନରୁ ସୁନ୍ଦରଗଡ଼ ଆସି ଡିଆରଡିଏ ଛକ କାଳୀମଣ୍ଡପ ପଛପଟେ ଜଳଖିଆ ଦୋକାନ କରିଥିଲେ। ଭଡା ଘରେ ତାଙ୍କ ସହ ଜଳଖିଆ ଦୋକାନରେ କାମ କରୁଥିବା ୨ ଜଣ ପିଲା ରହୁଥିଲେ।
ଗତକାଲି ରାତିରେ ଲକ୍ଷ୍ମୀନାରାୟଣ କାମ ସାରି ଆଗୁଆ ଚାଲି ଯାଇଥିଲେ। ଅନ୍ୟ ଦୁଇ ପିଲା ଜଳଖିଆ ଦୋକାନରେ ଧୁଆମଜା କରି ଘରକୁ ଗଲାବେଳକୁ ଲକ୍ଷ୍ମୀ ଆଜବେଷ୍ଟର ଛାତର କାଠ ବଳା ଉପରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ। ରାତିରେ ସୂଚନା ପାଇ ପୁଲିସ ଯାଇଥିଲେ ମଧ୍ଯ ଆଜି ସକାଳୁ ଶବ ଉଦ୍ଧାର ହୋଇଛି। ମୃତ୍ଯୁର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/4932fd0a-d173-4624-a2bf-50acb16f63c5.jpg)