ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବ୍ୟବଛେଦ ଗୃହ ପଛ ପଟୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପ୍ରକାଶ ନାଏକ (୫୫)। ସେ ହସ୍ପିଟାଲ ନିକଟ ଏକ ବସ୍ତିରେ ରହୁଥିଲେ। ହସ୍ପିଟାଲରେ କାମ କରୁଥିବା ସୂଚନା ମିଳିଛି। ମୁହଁରୁ ଫେଣ ବାହାରିଥିବାବେଳେ କେଉଁସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ସୁନ୍ଦରଗଡ଼ ହସ୍ପିଟାଲ ପଛରୁ ଯୁବକଙ୍କ ଶବ ଉଦ୍ଧାର
/sambad/media/post_attachments/wp-content/uploads/2022/04/death.jpg)