ବୌଦ୍ଧ/ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଡିଡ଼ିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ବୟସ ୪୦ ବର୍ଷ ଅନୁମାନ କରାଯାଉଛି। ବୌଦ୍ଧ ପୁଲିସ ଶବ ଜବତ କରି ସଂରକ୍ଷିତ ରଖି ତଦନ୍ତ କରୁଛି। ବିଭାଗୀୟ ସୂଚନା ଅନୁସାରେ, ସ୍ଥାନୀୟ ଲୋକେ ଶବ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ଶବଟି ଉଲଗ୍ନ ଅବସ୍ଥାରେ ରହିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସହ ଗଳାରେ ଗଭୀର କ୍ଷତ ରହିଛି। ଦୁର୍ବୃତ୍ତମାନେ ଯୁବକଙ୍କ ଗଳା କାଟି ହତ୍ୟା କରିବା ପରେ ସେଠାରେ ଫିଙ୍ଗି ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।
ଡିଡିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2023/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)