ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଗି ଥାନା ଭୁଷଣ୍ଡପୁର ବେହେରା ସାହିର ଜଣେ ବ୍ୟକ୍ତିଙ୍କ ମୃତଦେହ ଦୋଳପଡ଼ିଆ ନିକଟ କୁଅରୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବେହେରା ସାହିର ପ୍ରଭାକର ବେହେରା। ତେବେ ଆଜି ସକାଳୁ କୁଅରୁ ପ୍ରଭାକରଙ୍କ ମୃତଦେହ ମିଳିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଛିି। ସ୍ଥାନୀୟ ଲୋକେ ଭୁଷଣ୍ଡପୁର ଠାରେ ଥିବା ମଦାଦୋକାନ ଅନ୍ୟତ୍ର ଉଠାଇନେବା ଦାବିରେ ମୃତଦେହକୁ ଅଟକ ରଖିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରୁ ଶ୍ରୀ ବେହେରାଙ୍କର କୌଣସି ପତ୍ତା ମିଳି ନ ଥିଲା। ଆଜି ସ୍ଥାନୀୟ ଦୋଳ ପଡ଼ିଆ ନିକଟରେ ଥିବା କୁଅରେ ଶ୍ରୀ ବେହେରା ପଡ଼ିଥିବା ଦେଖି ଲୋକେ ଦମକଳକୁ ଡକାଇଥିଲେ। ଦମକଳ ଘଟଣାସ୍ଥଳରେ ପହଞ୍ଚିି ଶ୍ରୀ ବେହେରାଙ୍କୁ କୁଅରୁ କାଢ଼ିଥିଲେ। ମାତ୍ର ସେତେବେଳକୁ ଶ୍ରୀ ବେହେରାଙ୍କର ମୃତ୍ୟୁ ଘଟି ସାରିଥିଲା।
ଖୋର୍ଦ୍ଧା: କୁଅରୁ ମୃତଦେହ ଉଦ୍ଧାର, ଉତ୍ତେଜନା
/sambad/media/post_attachments/wp-content/uploads/2018/04/Deadbody-resque-from-well_Thumbnail.jpg)