ରାଉରକେଲା: ଖାଦାନରୁ ମୃତଦେହ ଜବତ

ରାଉରକେଲା: ଆଜି ସକାଳେ ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ଖାଦାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୋଏଲନଗର ଅଞ୍ଚଳର ବିଜୟ କୁମାର ସିଂହ(୬୦ ବର୍ଷ)। ତେବେ ତାଙ୍କର କିପରି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର