ବାଲେଶ୍ୱର:  ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ପ୍ରଥମ ଥର ଲାଗି ସୁଖୋଇ-୩୦ଏମ୍‌କେଆଇ ଯୁଦ୍ଧ ବିମାନରୁ ପ୍ରକ୍ଷେପଣ ସଫଳ ହୋଇଛି।  ଭାରତୀୟ ବାୟୁସେନା ପକ୍ଷରୁ ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷପଣାସ୍ତ୍ର ପରୀକ୍ଷଣ ରେଞ୍ଜ ନିକଟରେ କରାଯାଇଥିବା ଏହି ପରୀକ୍ଷାକୁ ସାମରିକ ବିଜ୍ଞାନୀମାନେ ଏକ ଐତିହାସିକ ସଫଳତା ବୋଲି ଅଭିହିତ କରିଛନ୍ତି। ବିଶ୍ୱର ସବୁଠାରୁ ଦ୍ରୁତଗାମୀ କ୍ରୁଜ୍‌ ମିସାଇଲକୁ ବହନ କରି ସୁଖୋଇ ବିମାନ ଲକ୍ଷ୍ୟଭେଦ କରିଥିଲା। ଏହି ପରୀକ୍ଷଣର ସଫଳତା ଫଳରେ ବାୟୁସେନାର ଶକ୍ତି ବୃଦ୍ଧି ଘଟିଛି ବୋଲି କୁହାଯାଇଛି। ଶବ୍ଦର ବେଗଠାରୁ ୩ଗୁଣ ଅଧିକ ବେଗରେ ଲକ୍ଷ୍ୟଭେଦ କରୁଥିବା ବ୍ରହ୍ମୋସ୍‌ ମାଧ୍ୟମରେ ଖୁବ୍‌ କମ୍‌ ସମୟ ମଧ୍ୟରେ ଶତ୍ରୁପକ୍ଷର ଘାଟିକୁ ଧ୍ୱସ୍ତବିଧ୍ୱସ୍ତ କରିପାରିବ।

Advertisment

ଏହି ପରୀକ୍ଷଣ ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓରେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ କି ଋଷର ଏନ୍‌ପିଓମ୍‌ ଏବଂ ଡିଆରଡିଓର ମିଳିତ ଉପକ୍ରମରେ ବ୍ରହ୍ମୋସ୍‌ ନିର୍ମିତ ହୋଇଛି।