ଦଶରଥପୁର: ଯାଜପୁରଟାଉନ-କୟାଁଗୋଲା ୨୦ ନଂ. ଜାତୀୟ ରାଜପଥ ଅନ୍ତର୍ଗତ ରାମବାଗ ଛକରେ ଡ୍ରେନ୍ ସମସ୍ୟା ଲାଗି ରହିଛି। ଫଳରେ ବର୍ଷାପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଜମିରହୁଛି। ଫଳରେ ବଜାରର ବ୍ୟବସାୟୀ, ଜନସାଧାରଣ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀ ରାସ୍ତାରେ ଯିବାକୁ ହିନସ୍ତା ହେଉଛନ୍ତି।
ବଜାରରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନ୍ ନିର୍ମାଣ କରିବାକୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ପାଇଁ କେହି ଆଗଭର ହେଉନାହାନ୍ତି। ଏହାକୁ ନେଇ ଶୁକ୍ରବାର ପୂର୍ବାହ୍ନ ୧୦ ଟାରେ ସ୍ଥାନୀୟ ବ୍ୟବସାୟୀ, ଜନସାଧାରଣ ଓ ଛାତ୍ରଛାତ୍ରୀ କୁଆଖିଆ-କୟାଁଗୋଲା ୨୦ ନଂ. ଜାତୀୟ ରାଜପଥ ରାମବଗା ଛକରେ ବସି ରାସ୍ତା ଅବରୋଧ କରିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/32-16.jpg)