ଜୟପୁର: କଳାଜିରା ଧାନକୁ ଜିଓ ଟ୍ୟାଗ୍ ଦେବା ପାଇଁ ପ୍ରଗତି ଅନୁଷ୍ଠାନ ଜରିଆରେ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନି ଜରିଆରେ ଆବେଦନ କରାଯାଇଛି। ଜିଲ୍ଲା ପ୍ରଶାସନକୁ ଏହି ଜିଓ ଟ୍ୟାଗ୍ ମିଳୁ , କୌଣସି ଅନୁଷ୍ଠାନକୁ ନୁହେଁ ବୋଲି କହିଛନ୍ତି ପଦ୍ମଶ୍ରୀ କମଳା ପୁଜାରୀ, ଏମଏସ୍ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ତଥା କୃଷି ବୈଜ୍ଞାନିକ ପ୍ରଶାନ୍ତ ପରିଡ଼ା, ଚାଷୀ ମନୋଜ ପାତ୍ର। ସୂଚନା ଅନୁଯାୟୀ, କୋରାପୁଟ ମାଟିର କଳାଜିରା ଚାଉଳ। ବିଶେଷକରି ଜୟପୁର, କୋଟପାଡ୍, ବୋରିଗୁମ୍ମା ଓ କୁନ୍ଦୁରାରେ ଅଧିକାଂଶ ଚାଷୀ କଳାଜିରା ଧାନ ଚାଷ କରି ଆସୁଛନ୍ତି। ଜାତୀୟ ବଜାରରେ କୋରାପୁଟ୍ ମାଟିରୁ ଉତ୍ପାଦିତ ଦ୍ରବ୍ୟର ଚାହିଦା ବଢ଼ିବା ସହ ଓରମାସ ଏହି ଧାନକୁ ଅମାଜାନ ଜରିଆରେ ବିଶ୍ବବଜାରରେ ପହଞ୍ଚାଇ ସାରିଛି। ଅପରପକ୍ଷରେ ଏହି ଏହି କଳାଜିରା ଧାନ ସହ ଅନ୍ୟାନ୍ୟ ୧୯୭ଟି ବିଭିନ୍ନ ବିଲୁପ୍ତ ଧାନ ସଂଗ୍ରହ କରିଥିବା ପଦ୍ମଶ୍ରୀ କମଳା ପୁଜାରୀ, ଏହି ଧାନକୁ ନେଇ ବିଶ୍ବସ୍ତରରେ ଖ୍ୟାତି ଲାଭ କରାଇଥିବା ଏମଏସ୍ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ତଥା କୃଷି ବୈଞାନିକ ପ୍ରଶାନ୍ତ ପରିଡ଼ା, ଚାଷୀ ମନୋଜ ପାତ୍ର ଏହି ଜିଓ ଟ୍ୟାଗକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ପଦ୍ମଶ୍ରୀ କମଳା ପୁଜାରୀ କଳାଜିରା ଧାନ ସହ ଅନ୍ୟ ସବୁ ବିଲୁପ୍ତ ଧାନ ସଂଗ୍ରହ କାରୀ ହୋଇତିବାରୁ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭାରତସରକାର ସମ୍ବର୍ଦ୍ଧିତ କରିଥିଲେ। ଯଦି କୌଣସି କଂପାନୀ ନିଜ ନାଁରେ କରିବ ତେବେ ତାହାର ମାଲିକାନା ସତ୍ତ୍ବ ତା ନିଜ ନିକଟରେ ରହିବ। ଏହି ସ୍ଥିତିରେ ଦୀର୍ଘ ବହୁ ବର୍ଷ ଧରି କଳାଜିରା ଧାନ ଓ ବିହନକୁ ସାଇତି ରଖି ଆସିଥିବା ଚାଷୀଙ୍କ ଅବସ୍ଥା କଣ ହେବ।

Advertisment

ସେମାନେ କାହା ନିକଟକୁ ନେଇ ଏହି ଧାନ ବିକ୍ରୀ କରିବେ ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ଯଦି ଗୋଟିଏ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନି ଯଦି ଏହାର ମାଲିକାନା ମିଳିବ ତେବେ ଜିଲ୍ଲାରେ ଥିବା କୋଲାବ ଫାର୍ମର୍ସ , କେଚେଲା ଓ ବାମନଦେଇ ଭଳି କୃଷି ଉତ୍ପାଦକ ଦଳ ଗୁଡିକ କଣ କରିବେ ବୋଲି ଏମାନେ ପ୍ରଶ୍ନ ଉଠାଇଛନ୍ତି। ଦୀର୍ଘବର୍ଷ ତଳେ ସ୍ବାମୀନାଥନ ଗବେଷଣା କନ୍ଦ୍ରେ କଳିଙ୍ଗ କଳାଜିରା ଆସୋସିଏସନ୍ ଗଠନ କରି ୮୦୦ଜଣ ଚାଷୀ ଏଥି‌ରେ ସଭ୍ୟ ରହିଥିଲେ। ପରବର୍ତ୍ତୀ ସମୟରେ ସରକାର ସୋସାଇଟିକୁ ଭାଙ୍ଗି ଦେବା ପରେ ଏହି ସଂଗଠନ ଭାଙ୍ଗି ଯାଇଛି। ତେବେ ଏହି ଚାଷୀ ମାନେ ଆଜି ବି କଳାଜିରା ଚାଷ କରୁଛନ୍ତି ବୋଲି କହିଛନ୍ତି ବୈଜ୍ଞାନିକ ପରିଡ଼ା। ତେଣୁ ନିର୍ଦ୍ଦାରିତ ଭାବେ କୌଣସି ଅନୁଷ୍ଠାନ, କିମ୍ବା କମ୍ପାନି, ଉତ୍ପାଦକ ଗୋଷ୍ଠୀକୁ ଜିଓ ଟ୍ୟାଗ୍ ଦେବା ବଦଳରେ କୋରାପୁଟ ଜିଲ୍ଲା ନାଁରେ ଦିଆଗଲେ ଜିଲ୍ଲାର ନାଁ ବିଶ୍ବସ୍ତରରେ ଆଦୃତ ହେବା ସହ ଜିଲ୍ଲାର ସବୁ ଚାଷୀ ବି ଏହାର ଲାଭ ପାଇବେ ବୋଲି ଏମାନେ କହିଛନ୍ତି। ସ୍ବାମୀନାଥନ ଗବେଷଣା କେନ୍ଦ୍ର ପକ୍ଷରୁ ଏ ନେଇ ପ୍ରମୁଖକୃଷି ସଚିବ ଡ଼ଃ ଅରବିନ୍ଦ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ‌ ବୋଲି କହିଛନ୍ତି ବୈଞାନିକ ପରିଡ଼ା।