ଜଗତସିଂହପୁର: ଟ୍ରେନରେ କଟି ୪ ହରିଣ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଛପାଲିଆ ନିକଟରେ ଟ୍ରେନରେ କଟି ଚାରୋଟି ହରିଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାଛଡ଼ା ୨ ରୁ ଅଧିକ ହରିଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଟ୍ରେନରେ କଟି ହରିଣମାନଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗର ଏହି ଦିଗରେ ନଜର ରଖୁନାହିଁ।
ଭୋର ସମୟରେ ଏହି ଘଟଣା ଘଟିଥିବାବେଳେ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି।
ସମ୍ବନ୍ଧିତ ଖବର