ତିନଜଣ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ: ଢ଼େଙ୍କାନାଳ ଶକ୍ତି ସୁଗାର ମିଲ୍‌ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଶକ୍ତି ସୁଗାର ମିଲ୍‌ରେ ଶୁକ୍ରବାର ସକାଳେ ତିନିଜଣ ଚାଳକଙ୍କ ହଠାତ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ତିନିଜଣ ଚାଳକ ଶକ୍ତି ସୁଗାର ମିଲକୁ ସ୍ପିରିଟ୍‌ ନେବାକୁ ଆସିଥିଲେ। ତିନିଜଣ ମୃତକ ସ୍ପିରିଟ୍‌ ବୋହୁଥିବା ଗାଡିର ଚାଳକ ଓ ସମସ୍ତେ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି।

ମୃତ ଚାଳକ ଖୋର୍ଦ୍ଧାର ଏକ ମଦ କମ୍ପାନିରେ କାମ କରୁଥିଲେ । ଲକ୍‌ ଡାଉନ୍‌ ପୂର୍ବରୁ ସ୍ପିରିଟ୍‌ ନେବାକୁ ଆସି ସେମାନେ ଫସି ରହିଥିବା ଜଣାପଡ଼ିଛି। ତେବେ ହଠାତ ତିନିଜଣ ଚାଳକଙ୍କ ଏଭଳି ସନ୍ଦେଜହଜନକ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର