ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ 

ଖୋର୍ଦ୍ଧା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ (ବିଜୁ ବାବୁ)ଙ୍କ ୨୫ତମ ଶ୍ରାଦ୍ଧଦିବସ ଆଜି ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ଆଜି ସକାଳେ ଏନେଇ ବେଗୁନିଆରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ବିଜେଡି ମହିଳା ସଂଗଠନର ରାଜ୍ୟ ଉପସଭାପତି ବାସନ୍ତୀ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ।

ନିଜ ବକ୍ତବ୍ୟରେ ବିଜୁ ବାବୁଙ୍କ ଓଡ଼ିଆ ଜାତି, ଓଡ଼ିଶା ରାଜ୍ୟ ପ୍ରତି ଥିବା ସ୍ନେହ ଓ ରାଜ୍ୟକୁ ସର୍ବାଙ୍ଗୀନ ବିକାଶ କରାଇବାର ସ୍ୱପ୍ନ ସମ୍ପର୍କରେ ଆଲୋଚନା କରିଥିଲେ। ଖୋର୍ଦ୍ଧାର ବୀର ପାଇକ ସଂସ୍କୃତିକୁ ସେ ଦେଶବିଦେଶରେ ପ୍ରଚାରପ୍ରସାର କରାଇବାରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଯୁବ ବିଜୁ ଜନତା ଦଳର ଜିଲ୍ଲା ସଭାପତି ରାଜେଶ ପରିଡ଼ା ସଂଯୋଜନା କରିଥିଲେ। ଏଥିରେ ଦଳର ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା, ପଂଚାୟତ ଓ ଜିଲ୍ଲା ପରିଷଦ ପ୍ରତିନିଧି, କାଉନସିଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର