ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟଚୂଡ଼ାମଣିଙ୍କ ଶ୍ରାଦ୍ଧବାର୍ଷିକୀ

ଖୋର୍ଦ୍ଧା: ଅବିଭକ୍ତ ପୁରୀ ଜିଲ୍ଲାର ଜଣାଶୁଣା ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟଚୂଡ଼ାମଣିଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଗୋକୁଳ ମୋହନ ରାୟଚୂଡ଼ାମଣି ସ୍ମୃତି ସଂସଦ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଏ କଲୋନୀ ଠାରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ନରେନ୍ଦ୍ର ପୃଷ୍ଟିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୂର୍ବତନ କୁଳପତି ମେଜର କ୍ଷୀରେଦ ପ୍ରସାଦ ମହାନ୍ତି, ଆମରିସତ୍ୟର ପ୍ରତିଷ୍ଠାତା ପ୍ରମୋଦ ଦାଶ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର, ଡଃ. ବୃନ୍ଦାବନ ପଣ୍ଡା, ସତ୍ୟବାଦୀ ବଳିଆରସିଂହ, ବିରଂଚି ସାହୁ, ଗୋପାଳକୃଷ୍ଣ ଦାସ, ଇତିଶ୍ରୀ ସାହୁ, ସସ୍ମିତା ପଟ୍ଟନାୟକ, ପ୍ରଫୁଲ୍ଲ ସାମନ୍ତରାୟ, ବୈକୁଣ୍ଠନାଥ ରାଜଗୁରୁ, ଧରଣୀଧର ଛୋଟରାୟଙ୍କ ସମେତ ପ୍ରାଣନାଥ ମହାବିଦ୍ୟାଳୟର ସ୍କାଉଟ୍ସ ଓ ଗାଇଡ୍ସ, ରୋଭର ରେଂଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଅବିଭକ୍ତ ପୁରୀଜିଲ୍ଲାର ନିମାପଡ଼ା ଠାରେ ଜନ୍ମିତ ଗୋକୁଳ ରାୟଚୂଡ଼ାମଣି ଖୋର୍ଦ୍ଧାକୁ ନିଜର କର୍ମଭୂମି ଭାବେ ବାଛିଥିଲେ। ସ୍ୱାଧୀନତା ଆନ୍ଦୋଳନ, କୃଷକ ଆନେ୍ଦାଳନ ଓ ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ଭାବେ ଜଡ଼ିତ ଥିଲେ। ସ୍ୱାଧୀନତା ପରେ ଖୋର୍ଦ୍ଧାରେ ପ୍ରଥମ ଜାତୀୟ ପତାକା ସେ ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର