ବକ୍ସି ଜଗବନ୍ଧୁଙ୍କ ୧୯୪ତମ ଶ୍ରାଦ୍ଧ ଦିବସ

ଖୋର୍ଦ୍ଧା: ବ୍ରିଟିଶ୍ ଶାସନ ବିରୋଧୀ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଆଜି ୧୯୪ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଖୋର୍ଦ୍ଧା ପ୍ରଶାସନ ଓ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଛି। ଆଜି ସକାଳ ସାଢ଼େ ୯ଟାରେ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ଓ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ତହସିଲଦାର ଇପସିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ସିଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସଂଗ୍ରାମର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ବିଜେବି ଉଚ୍ଚବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଜୟୀ ରାଜଗୁରୁ ଭବନରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ।

Sambad

ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ପୌର ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀପ୍ରଧାନ ଓ ଶ୍ରୀବେଉରା, ଉପଜିଲ୍ଲାପାଳ ଶ୍ରୀସେଠୀ ମଞ୍ଚାସୀନ ଥିବା ବେଳେ ବକ୍ତାଭାବେ ନାରାୟଣ ରାଓ, ଉମାଶଙ୍କର ପ୍ରସାଦ ଯୋଗ ଦେଇଥିଲେ। ଏହି ଅବସରରେ ତିନିଜଣ ପାଇକ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ପାଇକ ଦଳ ପକ୍ଷରୁ ସାମରିକ ନୃତ୍ୟ ଓ କୌଶଳ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଂସ୍କୃତି ଅଧିକାରୀ ଅରବିନ୍ଦ ଦାସଚୌଧୁରୀ ଓ ଅନ୍ୟକର୍ମଚାରୀ ମାନେ ପରିଚାଳନା କରିଥିଲେ। କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ବକ୍ସି ଜଗବନ୍ଧୁ ହାଇସ୍କୁଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଭାପତି ଭୀମସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସଂଗଠନର ମୁଖ୍ୟ ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଉପଦେଷ୍ଟା ଗତିକୃଷ୍ଣ ଉତ୍ତର କବାଟ, ଉପଦେଷ୍ଟା ବୈଦ୍ୟନାଥ ବରାଳ, କୋଷାଧ୍ୟକ୍ଷ ସମରେନ୍ଦ୍ର ବଳିଆରସିଂହ ପ୍ରମୁଖ
ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର