ଏମିତି ବି ଆସେ ମୃତ୍ୟୁ : ଗାଡ଼ିରୁ ବାହାରି ନ ପାରି ଡ୍ରାଇଭର-ହେଲପର ଜୀବନ୍ତଦଗ୍ଧ

ଚମକପୁର: ଏମିତି ବି ମୃତ୍ୟୁ ଆସେ | ଦୁର୍ଘଟଣାର ଶିକାର ହେବା ପରେ ଗାଡ଼ିରୁ ବାହାରିପାରିଲେନି ଡ୍ରାଇଭର ଓ ହେଲପର | ଦୁର୍ଘଟଣା ପରେ ଟ୍ରେଲରରେ ହଠାତ ନିଆଁ ଲାଗିଯିବାରୁ ଉଭୟ ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | ଚମ୍ପୁଆ ଥାନା ୫୨୦ ନଂ ଜାତୀୟ ରାଜପଥର ନାରଦପୁର ନିକଟରେ ଗତକାଲି ରାତି ପ୍ରାୟ ଗୋଟାଏରେ ଦୁର୍ଘଟଣା ଘଟି ଏକ ଟ୍ରେଲର ଜଳିଯାଇଛି।

ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ଦ୍ଵାରା ନିଆଁ ଜଳୁଥିବା ଗାଡ଼ିକୁ ଲିଭାଇ ଥିଲେ ହେଁ ଟ୍ରେଲରର ଡ଼୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ନଥିଲେ। ଟ୍ରେଲର ନଂ ( ସିଜି୦୭ସିଏ- ୬୮୪୭)ଟି ଯୋଡାରୁ ରିମୁଳି ଆଡକୁ ଆସୁଥିଲା।

ନାରଦପୁର ନିକଟରେ ଖରାପ ହୋଇ ଠିଆ ହୋଇଥିବା ହାଇୱା ନଂ (ଓଆର୦୯କ୍ୟୁ ୪୦୧୩)କୁ ପଛପଟୁ ଧକ୍କା ଦେଇ ଟ୍ରେଲରଟି ଜଳିଯାଇଥିଲା। ଫଳରେ ଡ୍ରାଇଭର ଓ ହେଲପର ବାହାରି ନପାରି ଜିଅନ୍ତା ପୋଡ଼ି ଯାଇଥିବା ପୁଲିସ କହିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର