ଝରିଗାଁ: ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ପତ୍ନୀ ତଥା ପୂର୍ବତନ ନବରଙ୍ଗପୁର ଲୋକସଭା ସାଂସଦ ପ୍ରଦୀପ ମାଝୀଙ୍କ ମା’ ସୁବର୍ଣ୍ଣ ପ୍ରସାଦଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି।
ସୂଚନା ପ୍ରକରେ ଗତ ଦୁଇ ବର୍ଷ ତଳେ ସୁବର୍ଣ୍ଣ ପ୍ରସାଦ ହଠାତ ଅସୁସ୍ଥ ହୋଇ ପକ୍ଷାଘାତ ରୋରରେ ପୀଡିତ ଥିଲେ। ଫଳରେ ତାଙ୍କର ବାମପାର୍ଶ୍ବର ଗୋଡ଼ ଏବଂ ହାତ ଅକାମି ହୋଇଯାଇଥିଲା। ତେବେ ତୁରନ୍ତ ପରିବାର ଲୋକ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୩ ମାସ ଚିକିତ୍ସିତ ହୋଇ ଟିକେ ସୁସ୍ଥ ହୋଇଥିଲେ। ପରେ ଝରିଗାଁସ୍ଥିତ ଘରକୁ ଫେରି ଆସିଥିଲେ। ଘରେ ନିୟମିତ ଔଷଧ ସେବନ କରି ସୁସ୍ଥ ଅନୁଭବ କରୁଥିଲେ। କିନ୍ତୁ କିଛି ଦିନ ତଳେ ପୁଣି ଗୋଡ଼ ଦୁଇଟି ଫୁଲି ଯିବାରୁ ଗତ ୪ ତାରିଖ ଦିନ ବିଶାଖାପାଟଣା ବାହାରିଥିଲେ। ୭ ତାରିଖ ଦିନ ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। କିଛି ଦିନ ଧରି ଭେଣ୍ଟିଲେଟରରେ ରହିଥିବା ବେଳେ ସୁସ୍ଥ ହେବା ପରେ ଆଇସିୟୁ ସ୍ଥାନାନ୍ତରିତ କରିଥିଲେ।
ତେବେ ଆଜି ଦିନ ସାଢ଼େ ଦୁଇ ଘଣ୍ଟା ସମୟରେ ସୁବର୍ଣ୍ଣଙ୍କର ଦେହାନ୍ତ ହୋଇଯାଇଥିଲା। ଦେହାନ୍ତ ସମୟରେ ସ୍ୱାମୀ ଭଗବାନ ମାଝୀ ଏବଂ ଭଉଣୀ ଲଷ୍ମୀ ମାଝୀ ଉପସ୍ଥିତ ଥିଲେ। ମୃତ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Jharigaon.jpg)