ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଏସ୍‌ସିବିରେ ଜୀବନ ହାରିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

କଟକ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ବସରେ ବିଦ୍ୟୁତ ତାର ଲାଗିବା ଘଟଣାରେ ଆଉ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାମ ହେଲା ୟୁ ଦେବରାଜ। କଟକସ୍ଥିତ ଏସ୍‌ସିବି ମେଡିକାଲରେ ଗୁରୁତର ୟୁ ଦେବରାଜ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛିି। ଏବେ ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।

ମୃତକଙ୍କ ତାଲିକା
୧) ବି. ଇରମ୍ମା ରେଡ୍ଡୀ (୩୮), ସ୍ୱାମୀ: ଚେନ୍ନୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୨) ବି. ଅଚିମ୍ମା (୬୫), ସ୍ୱାମୀ: ଗୁଡିଆ, ଗ୍ରାମ: ଡଙ୍କଲପାଡୁ
୩) କେ. ସନ୍ଧ୍ୟା (୩୫), ସ୍ୱାମୀ: ପପ୍ପେୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୪) କାମରାଜୁ ରେଡ୍ଡୀ (୬୫), ପିତା: ସ୍ୱର୍ଗତ ପୁରୁଷୋତ୍ତମ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୫) ବି ମୋହିନୀ (୪୦), ସ୍ୱାମୀ: ନୀଳକଣ୍ଠ, ଗ୍ରାମ: ଡଙ୍କଲପାଡୁ
୬) ବି ରମେୟା (୫୫), ପିତା: ସ୍ୱର୍ଗତ ବି ପଟାରି, ଗ୍ରାମ: ଡଙ୍କଲପାଡୁ
୭) ତୁଲାସାମା (୩୭), ସ୍ୱାମୀ: ଗୋପାଳ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୮) ସନ୍ତୋଷିନୀ ସାହୁ (୧୫), ପିତା: ଗୋପାଳ ସାହୁ, ଗ୍ରାମ: ଡଙ୍କଲପାଡୁ
୯) ତରଣ୍ୟା ରେଡ୍ଡୀ (୫୭), ସ୍ୱାମୀ: ସ୍ୱର୍ଗତ ବି ସନାଫକୀର ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୧୦) ୟୁ ଦେବରାଜ (୧୧)

ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଆହତମାନେ ହେଲେ
୧) ବି ପ୍ରସାଦ ରେଡ୍ଡୀ (୪୦), ପି: ଡି. ଦାମୋଦର ରେଡ୍ଡୀ
୨) ବଳରାମ ରେଡ୍ଡୀ (୫୫), ପି: ଲୋକନାଥ ରେଡ୍ଡୀ
୩) ବି. ମହାଲକ୍ଷ୍ମୀ ରେଡ୍ଡୀ (୩୫), ପି: ଚନ୍ଦ୍ରମଣୀ ରେଡ୍ଡୀ
୪) ଭାରତୀ ରେଡ୍ଡୀ (୧୫), ପି: ସୁରେଇ ରେଡ୍ଡୀ
୫) କେ ଜାନକୀ ଅମ୍ମା ରେଡ୍ଡୀ (୪୦), ପି: କେ ହେମନ୍ତ ରେଡ୍ଡୀ
୬) ପି ସାରଦା ରେଡ୍ଡୀ (୪୦), ସ୍ୱା: ଗୋପାଳ ରେଡ୍ଡୀ

ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍କଲପାଡୁ ଗାଁର ଏକ ବରପକ୍ଷର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ବସ୍‌ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର (ଶିଖରଡ଼ା) ଅଭିମୁଖେ ଯାଉଥିଲେ। ତେବେ, ଯିବା ବାଟରେ ନେନ୍ଦ୍ରାଜପୁରଠାରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା।

ବିଦ୍ୟୁତ୍‌ କରେଣ୍ଟ୍‌ ଆଘାତରେ ଘଟଣାସ୍ଥଳରେ କିଛି ଲୋକଙ୍କର ଜୀବନ ଚାଲି ଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ବ୍ରହ୍ମପୁରର ଏମେ୍‌କସିଜି, କଟଟର ଏସ୍‌ସିବି ମେଡିକାଲ୍‌ରେ ଓ ଆହତମାନଙ୍କୁ ତେନ୍ତୁଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର