ଖରା ଛୁଟି କଟାଇବାକୁ ଯାଇଥିଲେ ମାମୁଘର, ମଜାମସ୍ତିରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇଭାଇ

ଖଲ୍ଲିକୋଟ: ଖଲ୍ଲିକୋଟ ବେଗୁନିଆପଡ଼ା ବ୍ଲକ୍‌ ଫାଶୀ ପଞ୍ଚାୟତରେ ଏକ ଅଘଟଣ ଘଟିଯାଇଛି। ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଉ ସଂପର୍କରେ ସେମାନେ ଦୁଇ ଭାଇ।

ସୂଚନାଯୋଗ୍ୟ, ବେଗୁନିଆପଡ଼ା ବ୍ଲକ ଫାଶୀ ପଞ୍ଚାୟତରେ ଏକ ଘଟଣା ଘଟିଛି। ଆଜି ଅପରାହ୍ନରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଫାଶୀ ଗ୍ରାମର ଭବାନୀଶଙ୍କର ସାହୁଙ୍କ ପୁଅ ଅବିନାଶ(୧୩) ଏବଂ ତାଙ୍କ ଭଣଜା ସଗ୍ନିଧ ମହାପାତ୍ର (୧୪) ପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଦୁଇଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି କୋଦାଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର