ଦେବଦାସୀ ପରମ୍ପରାରେ ପଡ଼ିଲା ପୂର୍ଣ୍ଣଛେଦ; ପରଶମଣିଙ୍କ ପରଲୋକ

ପୁରୀ: ଅଶି ଦଶନ୍ଧିର ଦେବଦାସୀ ପରମ୍ପରାରେ ପଡ଼ିଛି ପୂର୍ଣ୍ଣଛେଦ। ଶେଷ ଦେବଦାସୀ ପରଶମଣିଙ୍କର ଆଜି ପରଲୋକ ହୋଇଛି। ପୁରୀ ବାଲିସାହିସ୍ଥିତ ବାସଭବନରେ ପରଶମଣି ଦେହତ୍ୟାଗ କରିଛନ୍ତି। କାମାକ୍ଷା ମନ୍ଦିର ନିକଟରେ ସେ ଦୀର୍ଘଦିନ ଭଡ଼ାରେ ରହୁଥିଲେ। ପରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ଦେହ ଅଧିକ ଅସୁସ୍ଥ ହେବାରୁ ମାଟି‌ ତୋଟାସ୍ଥିତ ଝିଆରୀ ଘରେ ରହୁଥିଲେ। ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ମଧ୍ୟ ତାଙ୍କଠାରୁ ନୃତ୍ୟ ପ୍ରଶିକ୍ଷଣ ନେଇଥିଲେ। ପରଶମଣିଙ୍କ ଶେଷ ଜୀବନ କିନ୍ତୁ କଷ୍ଟରେ କଟି ଥିଲା। ସେ ବାଲିସାହିରେ ଏକ ଛୋଟ ଘରେ ୭୦୦ ଟଙ୍କା ଭଡ଼ାରେ ରହି ଆସୁଥିଲେ।

ଏଥିସହ ଭିତର ଗାୟଣି ‌ପରମ୍ପରାର ସ୍ମୃତି ଚିହ୍ନ ସବୁଦିନ ପାଇଁ ଲିଭିଯାଇଛି। ମହାପ୍ରଭୁଙ୍କ ନାମ‌ରେ ସିନ୍ଦୁର ଓ ଶଙ୍ଖା ପିନ୍ଧି ୮୭ଟି ବସନ୍ତକୁ ଅତିକ୍ରମ କରିବା ପରେ ଆଜି ସେ ଦେହତ୍ୟାଗ କରିଛନ୍ତି।

ସମ୍ବନ୍ଧିତ ଖବର