ରାଇରଙ୍ଗପୁର: ଚଳିତବର୍ଷ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତତିନି ପରୀକ୍ଷାରେ ମୋଟ ୧୩୪୦ ନମ୍ବର ରଖି ବିଶ୍ୱବିଦ୍ୟାଳୟସ୍ତରରେ ଶ୍ରେଷ୍ଠ (ବେଷ୍ଟ ଗ୍ରାଜୁଏଟ) ହେବାର ଗୌରବ ହାସଲ କରିଛନ୍ତି ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ଦେବଜାନୀ ଗିରି। ସେ ବିଜ୍ଞାନ ବିଭାଗର ଟପର ହେବା ସହ ପଦାର୍ଥ ବିଜ୍ଞାନ ସମ୍ମାନରେ ମଧ୍ୟ ଟପର ହେବାର ବିରଳ କୃତିତ୍ୱ ହାସଲ କରିଛନ୍ତି। ସଫଳ ଛାତ୍ରୀ ଦେବଜାନୀ ଗିରିଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ତିରିଂ ବ୍ଲକ ଅଞ୍ଚଳ ମଘୁଆ ଗ୍ରାମ ରହିଛି।

Advertisment

ତାଙ୍କ ବାପା ବୁଦ୍ଧଦେବ ଗିରି ଜଣେ ଶିକ୍ଷକ ଓ ମାତା ପଦ୍ମାବତୀ ଗିରି ଗୃହିଣୀ ଅଟନ୍ତି। ସେ ନିଜ ସଫଳତାର ଶ୍ରେୟ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କ ସହ ନିଜ ମାତା, ପିତାଙ୍କୁ ଦେଇଛନ୍ତି। ଶ୍ରେଷ୍ଠ ସ୍ନାତକ ହେବା ପରେ ବିଭିନ୍ନ ମହଲରୁ ଦେବଜାନୀଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ସେ ଆଗାମୀ ଦିନରେ ଶ୍ରେଷ୍ଠ ଅଧ୍ୟାପିକା ହେବାର ଲକ୍ଷ ରଖିଛନ୍ତି ବୋଲି କହିଥିଲେ।