ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା। ମୋଟ ୮୧୫୫ଜଣ ଭୋଟରଙ୍କ ମଧ୍ୟରୁ ୪୫୧୯ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିଥିଲେ। ମାତ୍ର ୫୫.୪୧ପ୍ରତିଶତ ମତଦାନ ହୋଇଥିଲା। ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁଙ୍କ ନେତୃତ୍ୱରେ ଷ୍ଟ୍ରଙ୍ଗ ରୁମଠାରୁ ଇଭିଏମ ନେଇ ଗଣତି କେନ୍ଦ୍ରକୁ ନେଇଥିଲେ ଓ ଗଣତି ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ହିଁ ବିଜେଡି ପ୍ରାର୍ଥୀନୀ ଆଗୁଆ ରହି ଶେଷ ୭ ରାଉଣ୍ଡ ସୁଦ୍ଧା ୩୧୧୧ ଭୋଟ ପାଇ ବିଜୟ ଲାଭ କରିଥିଲେ। ବିଜେଡି ପ୍ରାର୍ଥୀନୀ ୬୮.୮୪ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ୧୬.୭୩ପ୍ରତିଶତ ଏବଂ କଂଗ୍ରେସ ପ୍ରାର୍ଥୀନୀ ୧୩.୫୯ପ୍ରତିଶତ ଭୋଟ ପାଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀନୀ ରଞ୍ଜିତା ନାୟକ ୭୫୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀନୀ ମଧୁଲିନା ଦିଗାଲ ୬୧୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।ନୋଟା ରେ ୩୮ଖଣ୍ଡ ଭୋଟ ପଡିଛି। ବିଜେପି ପ୍ରାର୍ଥୀନୀ ରଞ୍ଜିତା ନାୟକଙ୍କୁ ଠାରୁ ୨୩୫୫ଖଣ୍ଡ ଅଧିକ ଭୋଟ ପାଇଁ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀନୀ ଦେବସ୍ମିତା ଶତପଥୀ ।
ତେବେ ସ୍ଥାନୀୟ ନିର୍ବାଚନ ଅଧିକାରୀ ଶେଷରେ ବିଜେଡି ପ୍ରାର୍ଥୀନି ଦେବସ୍ମିତା ଶତପଥୀ ବିଜୟ ଲାଭ କରିଥିବା ଘୋଷଣା କରିଥିଲେ । ବିଜୟ ଲାଭ ପରେ ପ୍ରାର୍ଥୀନୀ ସମସ୍ତଙ୍କର ଆଶୀର୍ବାଦ ନେଇଥିଲେ ଓ ନିଜ ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଆଗଧାଡିର କର୍ମୀମାନଙ୍କୁ ବିଜୟରେ ଶ୍ରେୟ ଦେଇଥିବା ବେଳେ ନିଜ ସ୍ବର୍ଗତା ମାଆଙ୍କର ଅଧୁରା ସ୍ବପ୍ନକୁ ସାକାର କରି କାର୍ଯ୍ୟ କରିବା ସହିତ ଅଞ୍ଚଳର ଉନ୍ନତି କରିବା ଦିଗରେ ଅଗ୍ରାଧିକାର ଦେବେ ବୋଲି ମତ ପ୍ରକାଶ କରିଥିଲେ। ଦେବସ୍ମିତା ଶତପଥୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ସ୍ଥାନୀୟ ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ,କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ,ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ,ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନିମା କଁହର,ନଗର ବିଜେଡି ସଭାପତି ଗୋପାଳ କୃଷ୍ଣ ମହାପାତ୍ର,ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘ ପ୍ରମୁଖ ଶୁଭେଚ୍ଛା ଜଣେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/IMG_20231130_103233.jpg)