ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଜୋନସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ସ୍ଥଗିତ, ହେବ ୨୯ରେ

‘ସମ୍ବାଦ’ବାର୍ଷିକ ପ୍ରତିଯୋଗିତା ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ଫଳାଫଳ

ଜୟପୁର: ‘ସମ୍ବାଦ’ର ୩୮ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ କୁଇଜ୍ ପ୍ରତିଯୋଗିତା ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି। କୁଇଜ୍ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ଫଳାଫଳ ଏହାରି ମଧ୍ୟରେ ପ୍ରକାଶିତ ହୋଇଯାଇଛି। ଆଜି ସ୍ଥାନୀୟ ଜୟପୁର ସଂସ୍କରଣ ସମ୍ବାଦ କାର୍ଯ୍ୟାଳୟ ପରିସରରେ ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଏମାନେ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅଫଲାଇନରେ ହେବାକୁ ଥିବା ଜୋନସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତା ଗୁଡ଼ିକ ଆସନ୍ତା ୨୯ତାରିଖ ଦିନ ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ସ୍ଥାନ ସଂପର୍କରେ ସୂଚନା ‘ସମ୍ବାଦ’ରେ ପ୍ରକାଶ ପାଇବ।

୧ମରୁ ୫ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅବିଭକ୍ତ କୋରାପୁଟଜିଲ୍ଲାର ୫୦୦ ଛାତ୍ରଛାତ୍ରୀ ଅନଲାଇନରେ ଭାଗ ନେଇଥିଲେ। ଏଥିରେ ସମ୍ବାଦ ଜୟପୁର ଜିଲ୍ଲା ପାଇଁ ପ୍ରଥମ ଅଭିନବ ସାହୁ, ଦ୍ବିତୀୟ ଆୟୁଷ ନାୟକ ଓ ତୃତୀୟ ସୁରଂଜନ କୁମାର ସାହୁ ସ୍ଥାନ ପାଇଛନ୍ତି। ସେଭଳି କୋରାପୁଟ ଜିଲ୍ଲା ପାଇଁ ପ୍ରଥମ ଆୟୁଷ୍ମାନ ଗିରୀ, ଦ୍ବିତୀୟ ଦିବ୍ୟଜ୍ୟୋତି ଦେହୁରୀ, ତୃତୀୟ ପ୍ରକୃତି ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରଥମ ଆକୃତି ରଥ, ଦ୍ବିତୀୟ ଏସ୍.ସାଇପ୍ରିୟା ପାତ୍ର, ତୃତୀୟ ଯତୀନ ମହାପାତ୍ର, ମାଲକାନଗିରୀ ଜିଲ୍ଲା ପ୍ରଥମ ସାତ୍ବିକ ମହାପାତ୍ର, ଦ୍ବିତୀୟ ଆଦିତ୍ୟ ନାରାୟଣ ବେହେରା, ତୃତୀୟ ନନ୍ଦିତା ପ୍ରିୟଦର୍ଶନୀ ସାହୁ । ସେଭଳି ରାୟଗଡ଼ା ଜିଲ୍ଲା ପାଇଁ ପ୍ରଥମ ଲୋପମୁନ୍ଦ୍ରା ବାରିକ, ଦ୍ବିତୀୟ ଶ୍ରେୟାଂଶ ପାଢ଼ୀ, ତୃତୀୟ ରଶ୍ମିପ୍ରିୟା ରାଉତ ହୋଇଛନ୍ତି। ଏଥିରେ ବିଚାରକ ଭାବେ ସରକାରୀ ବିକ୍ରମ ଦେବ ଚାରୁ ଓ କାରୁ କଳା ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲୀକ, କଳା ଶିକ୍ଷକ ତଥା ଜୟପୁର ଫିଲ୍ମ କଂପାନୀର ମୁଖ୍ୟ ପି.ବିଶାଳ ପଟ୍ଟନାୟକ, ଟେଲି ନିର୍ଦେଶକ ସୁଧାସକର ପଟ୍ଟନାୟକ ଭାଗ ନେଇଥିଲେ।

ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ୪୯୬ଜଣ ପ୍ରତିଯୋଗୀ ଅନଲାଇନରେ ଭାଗ ନେଇଥିଲେ। ଜୟପୁର ଜିଲ୍ଲା ପାଇଁ ପ୍ରଥମ ପ୍ରିୟରଂଜନ ଷଡଙ୍ଗୀ, ଦ୍ବିତୀୟ ଅଭିପସାରାଣୀ ସାହୁ, ଓ ତୃତୀୟ ଓମ ପ୍ରକାଶ ମହାରାଣା ହୋଇଛନ୍ତି। କୋରାପୁଟ ଜିଲ୍ଲା ପାଇଁ ପ୍ରଥମ ପ୍ରମିଳା ନାୟକ, ଦ୍ବିତୀୟ ଦିବ୍ୟାଂଶୁ ଗରଡ଼ା, ତୃତୀୟ ଆୟୁଷି ପ୍ରଞା ସାହୁ ; ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରଥମ ଆଦର୍ଶ ବର୍ଦ୍ଧନ ଦାସ, ଦ୍ବିତୀୟ ପ୍ରଞା ପରମିତା ପଣ୍ଡା, ତୃତୀୟ ଭାଗ୍ୟଶ୍ରୀ ପୁଜାରୀ, ମାଲକାନଗିରୀ ଜିଲ୍ଲା ପାଇଁ ପ୍ରଥମ ତେଜସ୍ବିନୀ ତ୍ରିପାଠୀ, ଦ୍ବିତୀୟ ବି.ପ୍ରିୟଙ୍କା, ତୃତୀୟ ସୌରଭ ପାଲ୍, ହୋଇଛନ୍ତି। ସେଭଳି ରାୟଗଡ଼ା ଜିଲ୍ଲା ପାଇଁ ପ୍ରଥମ ପ୍ରତିଭା ବେହେରା, ଦ୍ବିତୀୟ ପଲ୍ଲବୀ ସୁନାବଂଶ, ତୃତୀୟ ଶୁଭଶ୍ରୀ ମିଶ୍ର ହୋଇଛନ୍ତି। ଏଥିରେ ବିଚାରକ ଭାବେ ଶିକ୍ଷାବିତ୍ ଯଞେଶ୍ବର ପଣ୍ଡା, ବିଜୟ ଲକ୍ଷ୍ମୀ ସ୍ବାଇଁ, ଓ ଅଧ୍ୟାପିକା ତପସ୍ବିନୀ କୁମାରୀ ସାହୁ ଭାଗ ନେଇଥିଲେ । ସଂସ୍କରଣର ମୁଖ୍ୟଶାଖା ପରିଚାଳକ ତ୍ରିନାଥ ଖାଡ଼ଙ୍ଗା, ନଗର ପ୍ରତିନିଧି ସୁରେଶ ନାଇଡୁ, ଞାନଚାନ୍ଦ ଜଗନ୍ନାଥ, ଆନନ୍ଦ ଓଝା, ତ୍ରିଶୁଳ ସାନ୍ତ୍ରା, ପ୍ରସନ୍ନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୨୮ତାରିଖ ଦିନ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର