ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଚାନ୍ଦୋଳ ବଜାରସ୍ଥିତ ଏକ ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରି  ନାବାଳକ ଧରାପଡ଼ିଛି। ନାବାଳକ ଜଣଙ୍କ ମୋବାଇଲ୍ ଦୋକାନ ପଛପଟ କାନ୍ଥ କଣା କରୁଥିବା ବେଳେ ବଜାରରେ ରାତି ପାଟ୍ରୋଲିଂ କରୁଥିବା ପୁଲିସ୍‌ କର୍ମଚାରୀ ଜାଣି ତାକୁ ଧରିବାକୁ ଗୋଡ଼ାଇଥିଲେ। ସେ ଅନ୍ଧାରର ସୁଯୋଗରେ ବିଲ ଭିତରେ ଖସିଯିବାକୁ ସକ୍ଷମ ହୋଇଥିଲା। ଫାଣ୍ତି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସହିତ କିଛି ବ୍ୟବସାୟୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ ନାବାଳକ ଜଣଙ୍କ ତା’ର ସାଇକଲ ଛାଡ଼ି ଚାଲିଯାଇଥିଲା। ଉଦ୍ଧାର ସାଇକଲ୍‌କୁ ଆଧାର କରି ପୁଲିସ ଡେରାବିଶ ଥାନା ଅଧୀନ ଖମୋଳ ପଞ୍ଚାୟତ ଡାଳିଜୀ ଗ୍ରାମରେ ଚଢଉ କରି ନାବାଳକକୁ ଧରିଥିଲା।

Advertisment

ତାକୁ ପଚରାଉଚୁରା କରିବାରୁ ସେ ସତ ମାନିଥିଲା। ଘର ନିକଟସ୍ଥ ଏକ ବୁଦା ମୂଳରୁ ଏକ ଚୋରି ମୋବାଇଲ୍ ଉଦ୍ଧାର କରାଯାଇଥିଲା। ଏଥିସହ ତା’ ନିକଟରୁ ମୋବାଇଲ୍ ଚାର୍ଜର, ହୋମ୍ ଥିଏଟର, ବ୍ୟାଟେରି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ପୁଲିସ୍‌ ଏ ନେଇ ମାମଲା(୫୯୪/୨୧) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।