ରାୟଗଡା: ରାୟଗଡାସ୍ଥିତ ଗୌତମ ନଗରରେ ରହିଥିବା ଶିବ ମନ୍ଦିରରୁ ଗତକାଲି ରାତିରେ ଚୋର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଆଜି ସକାଳେ ପୂଜାରୀ ମନ୍ଦିର ଖୋଲି ଦେଖିବା ବେଳକୁ ଦୁଇଟି ହୁଣ୍ଡିରୁ ଗୋଟିଏ ହୁଣ୍ଡି ଭଙ୍ଗା ହୋଇ ପଡିଛି। ପୂଜାରୀ ତୁରନ୍ତ ମନ୍ଦିର ପୂଜା କମିଟିର ସଭାପତି ସମେତ ଅନ୍ୟମାନଙ୍କୁ ଖବର ଦେବା ପରେ ସମସ୍ତେ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତୁରନ୍ତ ପିସିଆର ଭ୍ୟାନକୁ ଡାକି ଯାଞ୍ଚ କରାଯିବା ପରେ ଥାନାରେ ମନ୍ଦିର କମିଟି ପକ୍ଷରୁ ଏତଲା ଦିଆଯାଇଥିଲା।
/sambad/media/post_attachments/wp-content/uploads/2023/04/Rgda-Mandir-ra-ru-chori-2.jpg)
ଏହି ହୁଣ୍ଡିରୁ ଗତ ଦୁଇ ତିନି ମାସ ହେବ ଟଙ୍କା ବାହାର କରାଯାଇ ନଥିଲା। ତେବେ ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଏଥିରେ ରହି ଥାଇପାରେ। ସଦର ମହକୁମାରେ ଚୋରି ସଂଖ୍ୟା ବଡୁଥିବାରୁ ଲୋକେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ଲୋକେ ଘରକୁ ଚାବି ପକାଇ ଯିବାକୁ ମଧ୍ୟ ସାହସ କରୁ ନାହାନ୍ତି। ତେବେ ମନ୍ଦିର ହୁଣ୍ଡିରୁ ଚୋରି ଘଟଣାର ତଦନ୍ତ କରୁଥିବା ପୁଲିସ ଜଣାପଡିଛି।