ଜାମ ଜୋର ନଦୀରୁ ଗଳିତ ଶବ ଉଦ୍ଧାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଘସିଏନ ରାସ୍ତାର ଜାମ ଜୋର ନଦୀରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼-ଘସିଏନ ରାସ୍ତାର ଘୁମେର ଛକ ନିକଟରେ ଥିବା ଜାମ ଜୋର ନଦୀ ସେତୁ ତଳୁ ଏକ ଗଳିତ ଶବ ପଡିଥିବା ଦେଖି ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଲୋକେ ଲରମ୍ଭା ପୁଲିସକୁ ଖବର ଦେଇଥିଲେ। ଲରମ୍ଭା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଘସିଏନ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପଠା ଯାଉଥିବା ଜଣାପଡିଛି। ଶବଟି କାହାର ଚିହ୍ନଟ ହୋଇ ପାରି ନ ଥିବା ବେଳେ ଏହା ଏକ ପୁରୁଷର ଶବ ବୋଲି ଜଣାପଡିଛି। ମୃତଦେହଟି ସମ୍ପୂର୍ଣ୍ଣ ପଚି ସଢି ଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି। ଗଳିତ ଶବ ଉଦ୍ଧାର ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଶବଟି ବର୍ଷା ପାଣିରେ ବହି ଆସିଥିବା କହୁଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର