ବୁଢ଼ାବଳଙ୍ଗ ନଦୀ ବାରୁଣୀପୋଲ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀ ବାରୁଣୀପୋଲ ନିକଟରୁ ରବିବାର ଜଣେ ଶିଶୁର ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଶିଶୁଟିର ବୟସ ୬ବର୍ଷ ପାଖାପାଖି ହୋଇଥିବା ବେଳେ ତାର ଘର ତେନ୍ତୁଲିଦା ପଞ୍ଚାୟତର ଧାରାଗଞ୍ଜ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳୁସକାଳୁ ବୁଢ଼ାବଳଙ୍ଗ ନଦୀକୁ ଗ୍ରାମର କିଛିଲୋକ ଗାଧୋଇବାକୁ ଆସିଥିଲେ। ଏହି ସମୟରେ ସେମାନେ ବାରୁଣୀପୋଲ ନିକଟରେ ଜଣେ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କିଛିଲୋକ ଭୟଭୀତ ହୋଇ ସେ ସ୍ଥାନରୁ ଚାଲି ଯାଇଥିବା ବେଳେ ଆଉ କିଛିଲୋକ ଗ୍ରାମବାସୀ ଓ ରେମୁଣା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେନ୍ତୁଲିଦା ପଞ୍ଚାୟତର ଧାରାଗଞ୍ଜ ଗ୍ରାମରେ ଉକ୍ତ ଶିଶୁ ବସବାସ କରୁଥିବା ବେଳେ ସେ ଗତ ଗୁରୁବାରରୁ ନିଖୋଜ ଥିଲା। ତାର ପରିବାରଲୋକ ଅନେକ ଖୋଜାଖୋଜି କରି ଥିଲେ ହେଁ କୌଣସି ସନ୍ଧାନ ପାଇ ନ ଥିଲେ।

ସମ୍ବନ୍ଧିତ ଖବର