ବାରିପଦା: ଆଜି ବୁଢ଼ାବଳଙ୍ଗ ନଦୀରୁ ଜଣେ ବୃଦ୍ଧାଙ୍କ ଶବ ଉଦ୍ଧାର କରାଯାଇଛି। ମୃତା ବୃଦ୍ଧାଙ୍କ ପରିଚୟ ଫୁଲେଶ୍ବରୀ ସିଂ(୬୦) ବୋଲି ଜଣାପଡ଼ିଛି। ମୃତା ବୃଦ୍ଧାଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ କଚିମବିଲା ବୋଲି ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ଆଜି ବୁଢାବଳଙ୍ଗ ନଦୀ ପୋଡ଼ାଅସ୍ତିଆର ତଳଘାଟରେ ଏକ ଅଜଣା ବୃଦ୍ଧା ମହିଳାଙ୍କର ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସ୍କୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉକ୍ତ ଶବକୁ ଉଦ୍ଧାର କରାଯାଇଥିଲା। ମୃତକ ଜଣଙ୍କ ପିଆରଏମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ତେବେ କୌଣସି ନଦୀ ଘାଟରେ ଗାଧୋଇଥିବାବେଳେ ଭାସିଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ବୁଢ଼ାବଳଙ୍ଗ ନଦୀରୁ ବୃଦ୍ଧାଙ୍କ ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/10/Deadbody.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)