ଆନନ୍ଦପୁର: ଗାଁ ଦାଣ୍ଡରେ ପଡ଼ି ଜୀବନ ହାରିଲା ହରିଣ

ଆନନ୍ଦପୁର: ଆଜି ସକାଳେ ଆନ୍ଦପୁର ଥାନା ଅନ୍ତର୍ଗତ ପୁରୁଣା ବାନ୍ଧଗଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି। ଜୀବନବିକଳରେ ଗାଁ ଭତରକୁ ପଶି ଆସଥିିବା ଏକ ବୟସ୍କ ହରିଣ ଦୌଡ଼ିଦୌଡ଼ି ହାଲିଆ ହୋଇ ଗାଁ ଦାଣ୍ଡରେ ପଡ଼ି ଯାଇଥିଲା।କେବଳ ସେତିକିନୁହେଁ, ପଡ଼ିଯିବା ପରେ ହରୀଣଟି କୁ ଗାଁ ଲୋକେ ପିଇବା ପାଇଁ ପାଣି ଦେଇଥିଲେ। ମାତ୍ର ପାଣି ପିଇବା ମାତ୍ରେ ହରିଣଟି ମୃତ୍ୟୁ ବରଣ କରିଥିଲା।
ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନାଞ୍ଚଳ ଅନ୍ତର୍ଗତ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଏକ୍‌ ହରିଣ ବାହାରକୁ ଆସିଯିବାରୁ ତାକୁ ଶିକାରୀ କୁକୁର ପଲ ଗୋଡ଼ାଇଥିିଲେ। ଜଙ୍ଗଲ ପାଖ ଗାଁ ଲୋକେ ବିଭିନ୍ନ ସମୟରେ ଶିକାର ପାଇଁ କୁକୁରଙ୍କୁ ନାୟାଜିତ କରିଥାନ୍ତି। ତେଣୁ ଏହି କୁକୁରଗୁଡ଼ିକ ଶିକାର କରିବାରେ ବେଶ୍‌ ପାରଙ୍ଗମ। ହରିଣଟିକୁ କୁକୁର ପଲ ଗୋଡ଼ାଇବାରୁ ସେ ପ୍ରାଣବିକଳରେ ପୁରୁଣା ବନ୍ଧଗଡ଼ା ଗାଁ ଭିତରକୁ ପଶି ଆସିଥିଲା। ଗାଁ ଲୋକେ କୁକୁର ପଲଙ୍କୁ ଘଉଡ଼ାଇ ଦେଇ କୁକୁରଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବହୁ ସମୟ ଧରି ନିଜକୁ କୁକୁର ଆକ୍ରମଣରୁ ରକ୍ଷା କରିବା ପାଇଁ ଦୌଡ଼ିଦୌଡ଼ି ହାଲିଆ ହୋଇଯାଇଥିିବା ହରିଣଟି ଗାଁ ଦାଣ୍ଡରେ ପଡ଼ି ମୃତ୍ୟୁ ବରଣ କରିଛି। ସମ୍ଭବତଃ ହୃଦଘାତରେ ହରିଣଟି ମୃତ୍ୟୁବରଣ କରିଛି। ଖବରପାଇ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ମୃତ ହରିଣର ଶବ ଜବତ କରି ବ୍ୟବଛେଦ କରାଇଛନ୍ତି।

ସମ୍ବନ୍ଧିତ ଖବର