ହରିଣ ଛୁଆ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ନିକଟରୁ ଏକ ହରିଣ ଛୁଆକୁ ଗାଁ ଲୋକ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସୂଚନାନୁସାରେ, ଚନ୍ଦକା ଅଭୟାରଣ୍ୟରୁ ତିନିଟି ହରିଣ ଛୁଆ କୁମାରବସ୍ତ ଗାଁ ଭିତରକୁ ଚାଲିଆସିଥିଲେ । ସେମାନଙ୍କୁ ଦେଖି ଗାଁ କୁକୁର ଆକ୍ରମଣ କରିବା ବେଳେ ଦୁଇଟି ହରିଣ ପୁଣି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ତେବେ ଗୋଟିଏ ଛୁଆ ହରିଣ ଭୟପାଇ ଲୁଚି ରହିଥିଲା । ଗାଁ ଲୋକ ହରିଣ ଛୁଆଟିକୁ ଉଦ୍ଧାର କରି ବନବିଭାଗକୁ ସୂଚନା ଦେଇଥିଲେ । ଏନେଇ ଖୋର୍ଦ୍ଧା ଫରେଷ୍ଟ ରେଂଜର କହିଛନ୍ତି ଯେ ହରିଣ ଛୁଆଟି ସୁସ୍ଥ ଥିଲା । ତେବେ ତାକୁ କିଛି ସମୟ ନରୀକ୍ଷଣ ରଖିବା ପରେ ଚନ୍ଦକା ଜଙ୍ଗଲରେ ନେଇ ଛାଡ଼ିଦିଆଯାଇଛି ।

ସମ୍ବନ୍ଧିତ ଖବର