ଭବାନୀପାଟଣା: ସଂସ୍କାର ଭାରତୀ ମହିଳା ସମିତିର ଜୁମ ମାଧ୍ୟମରେ ଏକ ବୈଠକ ଅନୁୁୁଷ୍ଠିତ ହୋଇଥିଲା। ଏହି ବୈଠକର ମୁଖ୍ୟ ବିଷୟ ଥିଲା ଭାରତୀୟ ବିଚାରଧାରାରେ ମହିଳା ଚିନ୍ତନ। ଏଥିରେ ମୁଖ୍ୟ ଅତିଥି ରୂପେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ନାରୀ ସଶକ୍ତିକରଣ ଉପରେ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଭାବରେ କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ର ରାଷ୍ଟ୍ରୀୟ ଉପାଧ୍ୟାକ୍ଷା ପଦ୍ମଶ୍ରୀ ନିବେଦିତା ଭିଡେ ଯୋଗ ଦେଇଥିଲେ। ଏହି ସଂକ୍ରମଣ ସମୟରେ ମହିଳାମାନଙ୍କର ସ୍ୱାସ୍ଥ୍ୟ, ରୋଜଗାର, ଶିକ୍ଷା ଉପରେ ଆଲୋଚନା ହୋଇଥିଲା। ଏଥିରେ ଉତ୍କଳ ପଶ୍ଚିମ ପ୍ରାନ୍ତର ମହିଳା ପ୍ରମୁଖ ଜ୍ୟୋତି ରାଣୀ ଦାସ ଉଦବୋଧନ ଦେଇଥିଲେ। ପୁନେର ସଚିବଦୃଷ୍ଟି ଅଞ୍ଜଳି ଦେଶପାଣ୍ଡେ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଷ୍ଟ୍ରୀୟ ଛାତ୍ର ପ୍ରମୁଖ ମମତା ଯାଦବ ଧନ୍ୟବାଦ ଦେଇଥିଲେ।
ସଂସ୍କାର ଭାରତୀ ମହିଳା ସମିତିର ଡିଜିଟାଲ ବୈଠକ
/sambad/media/post_attachments/wp-content/uploads/2020/10/IMG-20201009-WA0081.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)