ବାଲିଅନ୍ତା: ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ପାଇଁ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ପରିସର ମହାତ୍ମା ଗାନ୍ଧୀଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ହେଲେ ପୁରୁଣା ଜଗନ୍ନାଥ ରାସ୍ତାରେ ଟଙ୍କପାଣି ବ୍ରିଜ ନିକଟରେ ମହାତ୍ମାଗାନ୍ଧୀଙ୍କ ସହ ଆସିଥିବା ଜନନାୟକମାନଙ୍କର ସ୍ମାରକୀ ସ୍ଥାପନ କାର୍ୟ୍ୟରେ ଅହେତୁକ ବିଳମ୍ବ ନେଇ ଜନ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି। ବାପୁଙ୍କ ସମେତ ମୀରା ବେହେନ,ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୂରୀ ଏବଂ ରମାଦେବୀଙ୍କ ସହିତ ଅନ୍ୟ ୬ ଜଣ ସଂଗ୍ରାମୀଙ୍କର ପ୍ରତିମୂତ୍ତି ଏଠାକୁ ଅଣାଯିବାର ଏହାମଧ୍ୟରେ ଦୀର୍ଘ ୬ ମାସ ସମୟ ବିତିଗଲାଣି। ହେଲେ ଚାରିପଟର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କାର୍ୟ୍ୟ ସରୁନଥିବାରୁ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରୁନି। ତୁରନ୍ତ ଭିତ୍ତିଭୂମି ନିର୍ମାଣ କାର୍ୟ୍ୟ ଶେଷ କରି ସ୍ମାରକୀ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଜୟଦେବ ପ୍ରେସ ୟୁନିୟନ ପ୍ରତିମୂର୍ତ୍ତି ସ୍ଥଳରେ ଗାନ୍ଧୀଜୟନ୍ତୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି। ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଥିବା ମଣ୍ଡପରେ ମାର୍ବଲ ପଡ଼ି ନାହିଁ, ଚାରିପାଖ ଷ୍ଟିଲ ବାଡ଼ରେ ଆବଦ୍ଧ କରାଯାଇ ନାହିଁ । ଆନୁଷଙ୍ଗିକ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ବି ହୋଇ ନାହିଁ।
/sambad/media/post_attachments/wp-content/uploads/2021/09/WhatsApp-Image-2021-09-30-at-7.00.22-PM.jpeg)
ବଡ଼ କଥା ହେଉଛି ଏସବୁ ନିର୍ମାଣ କାର୍ୟ୍ୟ ଲାଗି ପ୍ରତିମୂର୍ତ୍ତି ସ୍ଥଳରେ ବାଲି , ଇଟା ତଥା ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଥିଲେ ମଧ୍ୟ କାମ ଆରମ୍ଭ ହୋଇପାରିନି। ପର୍ୟ୍ୟଟନ ବିଭାଗ ଆନ୍ତରିକତା ଅଭାବରୁ ନିର୍ମାଣ କାର୍ୟ୍ୟରେ ବିଳମ୍ବ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଗାନ୍ଧୀ ପଦଯାତ୍ରା କମିଟି ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇନାହିଁ ।ଅନ୍ୟପକ୍ଷରେ ଗାନ୍ଧୀ ଜୟନ୍ତୀ ପୂର୍ବରୁ ନିର୍ମାଣ କାର୍ୟ୍ୟ ଶେଷ କରିବା ନେଇ ଶ୍ରୀ ଜୟଦେବ ପ୍ରେସ ୟୁନିୟନ ପକ୍ଷରୁ ଦୃଢ଼ ଦାବି କରାଯାଉଛି। ୟୁନିୟନର କାର୍ୟ୍ୟକର୍ତ୍ତାମାନେ ଭୁବନେଶ୍ବର ପର୍ୟ୍ୟଟନ ଅଧିକାରୀ ଅଂଜନ କୁମାର ବାରିକଙ୍କୁ ଏସଂପର୍କରେ ଅବଗତ କରାଇଛନ୍ତି। ନିର୍ମାଣ କାର୍ୟ୍ୟ ଶେଷ କରାନଗଲେ ୟୁନିୟନ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୯ ମସିହା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ପର୍ୟ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗାନ୍ଦୀ ପଦଯାତ୍ରା ସ୍ମୃତି ପ୍ରତିମୂର୍ତ୍ତିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରତିମୂର୍ତ୍ତି ନିର୍ମାଣ ସାଙ୍ଗକୁ କଂକ୍ରିଟ ପିଣ୍ଡି ଏବଂ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ନେଇ ଅର୍ଥ ବିଭାଗ ପକ୍ଷରୁ ୭୬ ଲକ୍ଷ ମଂଜୁର ହୋଇଥିଲା। ହେଲେ ଏହା ମଧ୍ୟରେ ପାଖାପାଖି ୨ ବର୍ଷ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-30-at-7.00.21-PM.jpeg)