ଖାରି/ସୋନପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ସୋନପୁର ବ୍ଲକ ନରସିଂହଗଡ଼ରେ ନୂଆକରି ରେଳଷ୍ଟେସନ ନିର୍ମାଣ ହୋଇଛି। ତେବେ ଏହି ଷ୍ଟେସନର ନାମ ଖମ୍ବେଶ୍ବରୀପାଲି ରଖାଯିବା ସମ୍ପର୍କରେ ନରସିଂହଗଡ଼ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ହରଡ଼ଖୋଲ ପଞ୍ଚାୟତ ନରସିଂହଗଡ଼ ରାଜସ୍ବ ଗ୍ରାମରେ ଷ୍ଟେସନ ନିର୍ମାଣ ହୋଇଥିବା ବେଳେ ଖମ୍ବେଶ୍ବରୀପାଲି ରଖାଯିବାକୁ ନରସିଂହଗଡ ଗ୍ରାମବାସୀ ବିରୋଧ କରିଥିଲେ। ଏଥିସହ ବୁଧବାର ଷ୍ଟେସନ ସାମ୍ନାରେ ଧାରଣା ଦେଇଥିଲେ।
ଧାରଣାସ୍ଥଳରେ ସୋନପୁର ଉପଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ତହସିଲଦାର ନବୀନ କିଶୋର ପାଢ଼ୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ସୋନପୁର ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର, ହରଡ଼ଖୋଲ ଫାଣ୍ଡି ଅଧିକାରୀ ଏକାଦଶିଆ ପଧାନ ଓ ରେଳ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ନରସିଂହଗଡ଼ର ଦିଲିପ କୁମ୍ଭାର, ଅଜିତ ସିଂ, ଗଣେଶ ମହାନନ୍ଦ, ସୁପାତ୍ର ବିଭାର, ଭଜୁ ମଲିକ, ଉପେନ୍ଦ୍ର ମହାନନ୍ଦ ପ୍ରମୁଖ ଧାରଣାରେ ବସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/19.jpg)