ଖୋର୍ଦ୍ଧା: ଆଉ ଦୁଇ ତିନି ସପ୍ତାହ ପରେ ଆଷାଢ଼ ମାସ ଆରମ୍ଭ ହେବ । ବର୍ଷ ପୂର୍ବରୁ ଗାଁର ଚେକ୍ ଡ୍ୟାମ ମରାମତି ଓ କଳିଙ୍କି ଖାଇଯାଇଥିବା ଫାଟକ ବଦଳାଇ ନୂତନ ଫାଟକ ଲଗାଇବାକୁ କ୍ଷୁଦ୍ର ଜଳସେଚନ ବିଭାଗର ସ୍ଥାନୀୟ ଅଧିକାରୀଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଆଜି ଟାଙ୍ଗୀ ବ୍ଲକର ଅଚ୍ୟୁତପୁର ଚାଷୀମାନେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି ।

Advertisment

ଗାଁ ଲୋକଙ୍କ କହିବା କଥାହେଲା, ଆଠବାଟି, କୁଲାଗଡ଼ା, ପନ୍ଦରମାଣ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଏବଂ ଜାମୁବନ୍ଧ ଓ କହ୍ନେଇମାଣ ଚେକ୍ଡ୍ୟାମ୍ର ଗତ ଦୁଇ ବର୍ଷ ଧରି ଫାଟକ କଳିଙ୍କି ଲାଗି ନଷ୍ଟ ହୋଇଯାଇଛି । ଗତ ଦୁଇ ବର୍ଷ ଧରି ସେମାନେ ନିୟମିତ ଭାବେ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀଙ୍କୁ ଏହାର ମରାମତି ଓ ନୂତନ ଫାଟକ ଲଗାଇବାକୁ ଅନୁରୋଧ କରି ବିଫଳ ହୋଇଛନ୍ତି । ମରାମତିର ବିଳମ୍ବ କାରଣରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମେକାନିକାଲ୍ ବିଭାଗକୁ ଦାୟି କରୁଥିବା ବେଳେ ଡେଲ୍ଟା ମେକାନିକାଲ୍ ବିଭାଗ ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ କହୁଛନ୍ତି । ବିଭାଗର ଏଭଳି ଅଣଦେଖା ଯୋଗୁଁ ସେମାନେ ବର୍ଷା ଦିନ ମଧ୍ୟ ଠିକଣା ପାଇପାରୁନାହାନ୍ତି । ଏଣୁ ଯୁଦ୍ଧକାଳୀନ ଭିତ୍ତରେ ମରାମତି ପାଇଁ ନିଦେ୍ର୍ଦଶ ଦେବାକୁ ସେମାନେ ବିଧାୟକ ଜ୍ୟେତିରୀନ୍ଦ୍ର ନାଥ ମିତ୍ର ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।