ଦେଓଗାଁ: ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଶିକାଛିଡା ପଞ୍ଚାୟତର ସାନ୍ତମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣା ଦେଲେ ଗ୍ରାମବାସୀ | ଗ୍ରାମବାସୀମାନେ ସୋମବାର ଦିନ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି |
ଏହି ତାଲା ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଶିକାଛିଡା ସରପଞ୍ଚ କ୍ଷୀରେନ୍ଦ୍ରୀ ଶତପଥୀଙ୍କ ସହ ବଲାଙ୍ଗୀର ୨୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସଂଗୀତା ସୁନା ସାମିଲ ହୋଇ ଧାରଣାରେ ବସିଛନ୍ତି। ଦିନ ୧୨ ଟା ପର୍ଯ୍ୟନ୍ତ ତାଲା ଦେଇ ଧାରଣାରେ ବସିଥିଲେ ବି କୌଣସି ଅଧିକାରୀଙ୍କର ଦେଖା ଦର୍ଶନ ମିଳିନଥିବାରୁ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ଗାଁ ଲୋକେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/aba553f8-3af9-4c38-b4e7-d6ebbc719640.jpg)