ଜୟପୁର: ଜଗଦଲପୁର-ଭୁବନେଶ୍ବର-ଜଗଦଲପୁର ସବୁ ଦିନ ଚାଳୁଥିବା ହୀରାଖଣ୍ଡ ଏକ୍ସପ୍ରେସର ନାଁ ବଦଳାଇବା ଦାବି ଏବେ ଜୋର ଧରିଛି। ଅଭିବକ୍ତ କୋରାପୁଟ ଜିଲ୍ଲାର ସାଂସଦ ମାନେ ଏହି ଦାବିକୁ ଗୁରୁତ୍ବର ସହ ନେଇ ଏହାକୁ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଛି। ଏହି ଏକ୍ସପ୍ରେସକୁ ଶାବରୀ, ସହିଦ ଲକ୍ଷ୍ମଣନାୟକ, ଗୁପ୍ତେଶ୍ବର, ବିକ୍ରମଦେବ, ଦେଓମାଳି, ସଦାଶିବ ତ୍ରିପାଠୀଙ୍କ ନାଁରେ ନାମିତ କରାଯିବାକୁ ମତ ପ୍ରକାଶ ପାଇଛି। ଆସନ୍ତା ୧୭ତାରିଖ ଦିନ ରେଳବୋର୍ଡ ପରିଚାଳନା କମିଟିରେ ଆଲୋଚନା କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଦେଇଥିବା ପ୍ରସ୍ତାବ ପରେ ହୀରାଖଣ୍ଡ ଏକ୍ସପ୍ରେସର ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକରେ ବି ବାଦ ବିବାଦ, ମତ ଆଦି ନେବା ଆରମ୍ଭ ହୋଇଛି।

Advertisment

ବହୁ ଲୋକେ ଟ୍ରେନର ଅନୁସଙ୍ଗିକ ଭିତ୍ତିଭୁମି, କୋରାପୁଟ, ନବରଙ୍ଗପୁର ଓ ମାଲାକାନଗିରି ବାସିନ୍ଦାକୁ ଟିକେଟ ସଂରକ୍ଷଣରେ ପ୍ରାଥମିକତା ଆଦିକୁ ନେଇ ମତ ପ୍ରକାଶ କରିଛନ୍ତି। ତେବେ ଗତ କିଛିଦିନ ହେବ ହୀରାଖଣ୍ଡ ଓ ଜୟପୁର-ନବରଙ୍ଗପୁର-ମାଲାକାନଗିରି ରେଳପଥ, ରେଳପଥ ଦୋହରୀକରଣ ଆଦିକୁ ନେଇ ବି ଚର୍ଚ୍ଚା ଜୋର ଧରିବା ସହ ବିଭିନ୍ନ ମତ ଲୋକେ ଦେଇଛନ୍ତି। ଆସନ୍ତା ରେଳବୋର୍ଡ ପରିଚାଳନା କମିଟି ବୈଠକରେ ଏସବୁ ପ୍ରସଙ୍ଗକୁ ନେଇ ସାଂସଦ ମାନେ ଆଲୋଚନା କଲେ ଅଭିବକ୍ତ କୋରାପୁଟ ଜିଲ୍ଲାବାସୀ ବହୁ ଲାଭବାନ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି।