ଜୟପୁର-ନବରଙ୍ଗପୁର ରେଳପଥ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା

ଏକର ପିଛା ୨୦ଲକ୍ଷ କ୍ଷତିପୂରଣ ଦେବାକୁ ଦାବି

ଜୟପୁର: ଆଜି ଜୟପୁର ବ୍ଲକର ଜୟନ୍ତଗିରୀ ଠାରେ ଜୟପୁର-ନବରଙ୍ଗପୁର ରେଳପଥ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ସୂରଜ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜୟନ୍ତଗିରୀ ରାଜସ୍ବ ସର୍କଲ ଅଞ୍ଚଳରୁ ଶହେ ଏକର ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ସରିଥିବା ବେଳେ ଆଜି ୮ଏକର ପାଇଁ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ଜମି ଯାଉଥିବା ଚାଷୀ ସରୋଜ ନାୟକ ଓ ଝାଡେଶ୍ବର ସାହୁ ଯୋଗ ଦେଇ ୨ଟି ଚାଷ ହେଉଥିବା ଜମିରେ ଲାଇନ ଯିବା ଦ୍ବାରା ଚାଷୀ ମାନେ ବ୍ୟାପକ କ୍ଷତି ସହିବେ ତେଣୁ ଲାଇନର ଦିଗ ପରିବର୍ତ୍ତନ କରିବାକୁ ମତ ଦେଇଥିଲେ।

ଏହାସହ ଏକର ପିଛା ୨୦ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଦାବି କରିଥିଲେ। ଏଥିରେ ନବକୃଷ୍ଣ ଚୌଧୁରୀ ଗବେଷଣା କେନ୍ଦ୍ରର କର୍ମକର୍ତ୍ତା, ରେଳବିଭାଗର ସହକାରୀ ଯନ୍ତ୍ରୀ ଗୋପାଳନ, ଜୟନ୍ତଗିରୀରାଜସ୍ବ ନିରୀକ୍ଷକ ଗୁପ୍ତ ପ୍ରସାଦ ତ୍ରିପାଠୀ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର