୮ ମାସ ହେଲା ଏମଜିଏନଆରଇଜିଏ ଟଙ୍କା ନ ମିଳିବାରୁ ଉତ୍ତେଜନା

ଟଙ୍କା ଦେବା ଦାବିରେ ରେଞ୍ଜର ଓ ବନ ବିଭାଗର କର୍ମଚରୀଙ୍କୁ ୯ ଘଣ୍ଟା ଧରି ରାସ୍ତାରେ ଅଟକ ରଖିଲେ ଗାଁ ଲୋକେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ଏଠାରୁ ବାହାର ରାଜ୍ୟକୁ ବହୁ ମାତ୍ରାରେ ଦାଦନ ଖଟିବାକୁ ଯାଇଥାନ୍ତି। ତେବେ ଏଠିକାର ଶ୍ରମିକ ମାନଙ୍କୁ ସ୍ଥାନୀୟ ଅଞ୍ଚଳରେ କାମ ଯୋଗାଇଦେବା ପାଇଁ ସରକାରଙ୍କ ଠାରୁ ଆସୁଥିବା ଏମଜିଏନଆରଇଜିଏ ଟଙ୍କା ବାଟମାରଣା ହେଉଥିବା ଘଟଣା ପୂର୍ବରୁ ବହୁବାର ନଜରକୁ ଆସିଥିବା ବେଳେ ସୋମବାର ଖପ୍ରାଖୋଲ ବ୍ଲକ ବାନ୍ଧନମାଲ ଗ୍ରାମର ଶ୍ରିକ ମାନେ ନିଜ କାମ କରିଥିବା ଟଙ୍କା ଦୀର୍ଘ ୮ ମାସ ହେଲା ନ ପାଇବାରୁ ଉତ୍ତ୍ୟକ୍ତ ହୋଇ ପଡି ଗାଁ କୁ ଯାଇଥିବା ବେଳେ ରେଞ୍ଜରଙ୍କ ସମେତ ବନ ବିଭାଗର କର୍ମଚାରୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଅଟକ ରଖିଥିବା ଜଣାପଡିଛି। ଡିଏଫଓ ଙ୍କ ପ୍ରତିଶ୍ରୁତି ପାଇବା ପରେ ସେମାନେ ବନ ବିଭାଗର କର୍ମଚାରୀଙ୍କୁ ଛାଡିଥିବା ଜଣାପଡିଛି।

ଖପ୍ରାଖୋଲ ବ୍ଲକ ବାଘମୁଡ ପଞ୍ଚାୟତ ଅନ୍ତର୍ଗତ ବାନ୍ଧନମାଲ ଓ ଖୋଲାଗଡ ଗ୍ରାମର ୭୦ ରୁ ଉର୍ଦ୍ଧ୍ବ ଶ୍ରମିକ ଏମଜିଏନଆରଇଜିଏ ଯୋଜନାରେ ଗତ ଜାନୁଆରି ମାସ ଠାରୁ ମାଟି ଖୋଳା କାମ କରିଥିଲେ। କାମ କରି ସାରିବା ପରେ ସେମାନେ ନିଜ ପାରିଶ୍ରମିକ ପାଇବା ପାଇଁ ପାଟଣାଗଡ଼ ରେଞ୍ଜ ଅଫିସକୁ ଆସି ଅଭିଯୋଗ କରୁଥିଲେ। ହେଲେ ସେମାନଙ୍କ କଥାକୁ କେହି ଶୁଣି ନ ଥିଲେ। ସୋମବାର ବାନ୍ଧନମାଲ ଓ ଖୋଲାଗଡ ଅଞ୍ଚଳରେ ହାତୀ ଥିବା ସୂଚନା ପାଇ ପାଟଣାଗଡ଼ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶିଙ୍କ ସମେତ ବନ ବିଭାଗର କର୍ମଚାରୀ ଯାଇଥିଲେ। ଏହା ଦେଖି ସମ୍ପ୍ରୁକ୍ତ ଗାଁର କାମ କରିଥିବା ଶ୍ରମିକ ତଥା ଲୋକେ ଉତ୍ୟକ୍ତ ହୋଇ ବାନ୍ଧନମାଲ ଗ୍ରାମରେ ରେଞ୍ଜର ଙ୍କ ସମେତ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଥିଲେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଜାନୁଆରି ମାସରୁ କାମ କରିଥିବା ବେଳେ ବର୍ତ୍ତମାନ ସେପ୍ଟେମ୍ବର ମାସ ହେଲାଣି ସେମାନେ ଟଙ୍କା ପାଇ ନଥିବା, ବନ ବିଭାଗର ଫରେଷ୍ଟଗାର୍ଡ ଉମାବତୀ ଭୁଏ ବାନ୍ଧନମାଲ ଓ ଖୋଲାଗଡ ଗ୍ରାମର ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ କହି କାମ ଦେଇଥିଲେ।

Sambad

ଏଥିରେ କିଛି ଜବ କାର୍ଡ ଧାରି ରହିଥିବା ବେଳେ ଅନେକଙ୍କ ଜବ କାର୍ଡ ନ ଥିବା ବ୍ୟକ୍ତିଙ୍କ ଜରିଆରେ କାମ କରାଇଥିଲେ। ଏପରି କି ଏଥିରେ ନାବାଳକ ପିଲା ବି ସାମିଲ ଥିବା ନେଇ ଅଭିଯୋଗ ହୋଇଛି। ବାନ୍ଧନମାଲ ଓ ଖୋଲାଗଡ ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ମାଟି ଖୋଳା ଯାଇ ନାଳ ତିଆରି କରା ଯାଇଥିବା ବେଳେ ଏଲବିସିଡି ଗୁଡାକ ତିଆରି କରା ଯାଇଥିଲା। ତେବେ ଟଙ୍କା ପଡିବ କହି ଲୋକଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ଖାତା ନେଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଗାଁ ଲୋକଙ୍କ କହିବା ଅନୁଯାୟୀ, ଏହି କାମ ପାଇଁ ଆସିଥିବା ଟଙ୍କାରୁ ସମୁଦାୟ ୮ ଲ କ୍ଷ ୬୩ ହଜାର ଟଙ୍କା ଉଠା ଯାଇଥିବା ବେଳେ କାମ କରିଥିବା ଶ୍ରମିକ ମାନେ ନିଜ ପରିଶ୍ରମର ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି।

Sambad

 

ସମ୍ବନ୍ଧିତ ଖବର