Advertisment

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଶିଳ୍ପକେନ୍ଦ୍ର ଭାବେ ପରିଚିତ ଝାରସୁଗୁଡ଼ା ରେଳ ଷ୍ଟେସନର ବିକାଶ ସହ ସହରରେ ଏକ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଦାବି କରାଯାଇଛି

ଏ ନେଇ ଏକ ଦାବିପତ୍ର ବିଜେପି ରାଜ୍ୟ ସଚିବ ଟଙ୍କଧର ତ୍ରିପାଠୀ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ଏହି ଦାବିପତ୍ରରେ ଝାରସୁଗୁଡ଼ାରେ ଏକ ସ୍ବତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା, ଝାରସୁଗୁଡ଼ା ଓ ବ୍ରଜରାଜନଗର ରେଳ ଷ୍ଟେସନର ବିକାଶ ଓ ଆଧୁନିକୀକରଣ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ରେଳ ଡମ୍ପିଂୟାର୍ଡ ସ୍ଥାପନ, ଚୌକଲପଦା ଓ ବାଲିଜୋଡ଼ିଠାରେ ରେଳ ଓଭରବ୍ରିଜ ନିର୍ମାଣ ଆଦି ଦାବି ଉପସ୍ଥାପନ କରାଯାଇଛି ଏହା ସହିତ ପୂର୍ବରୁ ସର୍ଭେ ହୋଇଥିବା ଝାରସୁଗୁଡ଼ା ଭାୟା ଅମ୍ବିକାପୁର ରେଳଲାଇନ ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଛି ଏହି ରେଳ ଲାଇନ ନିର୍ମାଣ କରାଗଲେ ଓଡ଼ିଶାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଛତିଶଗଡ଼ର ରାଲଗଡ଼ ଜିଲ୍ଲାର ଲୋକମାନେ ଉପକୃତ ହେବାର ସମ୍ଭାବନା ରହିଛି

ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲ୍ଲାର ବାଗଡିହି ରେଳ ଷ୍ଟେସନରେ ରେଳ ରହଣି ପାଇଁ ସେ ଦାବି କରିଛନ୍ତିକରୋନା ମହାମାରୀ ପୂର୍ବରୁ ଏହି ରେଳ ଷ୍ଟେସନରେ ଇସ୍ପାତ, ରାଜ୍ୟରାଣୀ ଓ ତପସ୍ବିନୀ ଏକ୍ସପ୍ରେସ ରହୁଥିଲା ମାତ୍ର ମହାମାରୀ ବ୍ୟାପିବା ପରେ ଏହି ଷ୍ଟେସନରେ ଟ୍ରେନ ରହୁନାହିଁ ଫଳରେ ଏହି ଷ୍ଟେସନ ଉପରେ ନିର୍ଭର କରୁଥିବା କିଲବିରା, କୁଲବୀରା ଓ ଲାଇକେରା ତଥା ସୁନ୍ଦରଗଡ଼ର କେତେକ ଅଂଚଳର ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଣୁ ଏହି ଷ୍ଟେସନରେ ଟ୍ରେନ ରହିଣି ଆରମ୍ଭ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି