ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀଙ୍କୁ ନିୟମିତ କରିବା ଦାବି 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ଦେବା ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି ।

ୟୁନିଟ୍ର ମୁଖ୍ୟ ଏନେଇ କହିଛନ୍ତି ଯେ ୨୦୧୩ଠାରୁ ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ରାଜ୍ୟ ସରକାରଙ୍କ ଅଧୀନରେ କାମକରୁଛନ୍ତି । ଅନ୍ୟ ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ସେମାନଙ୍କ ଦରମା ସର୍ବନିମ୍ନ ମଜୁରୀ ଠାରୁ ମଧ୍ୟ କମ୍ । ଏନେଇ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଅନ୍ୟ ରାଜ୍ୟଗୁଡ଼ିକ ଯେପରି-ବିହାର, ରାଜସ୍ଥାନ, କେରଳ, ମଣିପୁର ଆଦିରେ କର୍ମଚାରୀଙ୍କୁ ନିୟମିତ କରାଯାଇଛି ଓ ଅନ୍ୟ କେତେକ ରାଜ୍ୟରେ ନିୟମିତ ନହେଲେ ହେଁ ଉଚ୍ଚ ଦରମା ଦିଆଯାଉଛି । କିନ୍ତୁ ଓଡ଼ିଶାରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ କର୍ମଚାରୀଙ୍କୁ କୌଣସି ସୁବିଧା ଦିଆଯାଉନାହିଁ ।

ସମ୍ବନ୍ଧିତ ଖବର